ଭୁବନେଶ୍ୱର: ଆଇଆଇଟି ପରିସରରେ ପ୍ରଥମଥର ପାଇଁ ଦେଶର ସଫ୍ଟଓ୍ୱେର ହାକାଥର ଅନୁଷ୍ଠିତ ହେବ। ଆସନ୍ତା ୧୧ ଓ ୧୨ ତାରିଖରେ ଏହି ଟେକ୍ନୋଲୋଜି ପ୍ରଦର୍ଶନୀରେ ଦେଶର ୨୬ଟି ବଛା ବଛା ଦଳ ଯୋଗ ଦେବେ। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର କୋଡିଂ ଓ ପ୍ରୋଗ୍ରାମିଂରେ ତାଙ୍କର ଦକ୍ଷତା, ଦଖଲ ଓ କ୍ଷମତା ପ୍ରଦର୍ଶନ କରିବେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟପନ କରିବା କାର୍ଯ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

ଦେଶର ୫୧ ଶୀର୍ଷ ଅନୁଷ୍ଠାନରେ ଏହିଭଳି ସୃଜନଶୀଳତାର ପର୍ବକୁ ଆୟୋଜନ କରାଯାଉଛି।  ଏହା ଭିତରେ ଗୋଟିଏ ରହିଛି ଆଇଆଇଟି ଭୁବନେଶ୍ୱର।  ଏଥିଲାଗି ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ୫ଟି ସମସ୍ୟା ଉପରେ ଏହି ଟିମ୍‍ସବୁ ନିଜର ସୃଜନଶୀଳ ସମାଧାନ ଦେବେ। ଏହି ୫ଟି ସମସ୍ୟା ଭିତରେ ରହିଛି ଶକ୍ତି ଓ ଜଳ, ଗୃହ ଉପକରଣ, ନିଶା ଚାଲାଣରେ ସଫ୍ଟଓ୍ୱେର ସମାଧାନ, କ୍ରିପ୍ଟୋ କରେନ୍ସୀ, ଉତ୍ପାଦ ଏବଂ ଗୁଣବତ୍ତା ନିୟନ୍ତ୍ରଣ। ଏମାନଙ୍କୁ ଏନ୍‍ଡିଆର୍‍ଏଫ୍‍, ଏନ୍‍ସିବି, ମନ୍ତ୍ରଣାଳୟର ସର୍ଜନା ସେଲ, ଗୋଦ୍ରେଜ, ନାଲକୋ ଭଳି ସଂସ୍ଥାନ ବିଚାର କରିବେ। ବିଚାର ଆଧାରରେ ସେମାନଙ୍କୁ ପୁରସ୍କୃତ କରାଯିବ।


Also Read: ସାଂସଦ ହେଲାପରେ ସୁଜିତଙ୍କ ରୋଜଗାର ଦ୍ୱିଗୁଣିତ ହୋଇଛି, ଏଥରେ କେତେ ବଢ଼ିବ!