ଢେଙ୍କାନାଳ:  ବାରହାକୁ ନେଇ ଏବେ ଲୋକଙ୍କ ମନରେ ପଶିଛି ଛନକା । ରାତି ତ ଦୂରର କଥା ଦିନରେ ମଧ୍ୟ ଘରୁ ପଦାକୁ ବାହାରିବାକୁ ମନରେ ଭୟ । ଏପରି ଘଟଣା ଦେଖିବାକୁ ମିଳିଛି ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ଖଣ୍ଡିଆବନ୍ଧ, ତିଳପଦା ସହ ଆଖପାଖ ଅଞ୍ଚଳରେ ।


COMMERCIAL BREAK
SCROLL TO CONTINUE READING

ଏକ କ୍ଷତାକ୍ତ ବାରହା କେଉଁଆଡୁ ଚାଲିଆସି ଜନବସତିରେ କ୍ଷୟକ୍ଷତି ଘଟାଇବାରେ ଲାଗିଛି । ବାରହା ଆକ୍ରମଣର ଶିକାର ହୋଇ ୨ଜଣ ବ୍ୟକ୍ତି ଲହୁଲୁହାଣ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଖଣ୍ଡିଆବନ୍ଧ ଗାଁର ପ୍ରଶାନ୍ତ ରାଉତ ଏବଂ ତିଳପଦା ଗାଁର କୌଶଲ୍ୟା ନାଏକ ବାରହା ହାବୁଡରେ ପଡିବାରୁ ଉଭୟେ ଆକ୍ରମଣର ଶିକାର ହୋଇଛନ୍ତି । ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀମାନେ ଗାଁରେ ପହଞ୍ଚି ବାରହାକୁ ଧରିବାକୁ ଉଦ୍ୟମ କରି ଫେଲ୍ ମାରିଛନ୍ତି । ତେଣୁ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ବାରହାଟି ଜଙ୍ଗଲରୁ ଜନବସତି ମୁହାଁ ହୋଇଥିବା ଅନୁମାନ କରାଯାଉଛି । କେହି ଶିକାରୀ ବାରହାକୁ କ୍ଷତାକ୍ତ କରିବା ପରେ ବାରହା ଶରୀରରେ କ୍ଷତ ହୋଇଛି ବୋଲି ସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି । ତୁରନ୍ତ ବାରହାଟିକୁ ଧରି ତାକୁ ସୁରକ୍ଷିତ ସ୍ଥାନରେ ଛାଡି ଦେବାକୁ ଲୋକମାନେ ଦାବି କରିଛନ୍ତି ।


Also Read- ଶ୍ରୀମନ୍ଦିର ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ, ଜାଣନ୍ତୁ ଶ୍ରୀମନ୍ଦିର ବଜେଟରେ କ’ଣ ରହିଛି


Also Read- Top 10 News Today: ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ, ବର୍ତ୍ତମାନର ୧୦ ବଡ଼ ଖବର