Top 10 News Today: ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ, ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2407134

Top 10 News Today: ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ, ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ, ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today

01- କୋଲକାତା ହସ୍ପିଟାଲରେ ଦୁଷ୍କର୍ମ ମାମଲାରେ ଆନ୍ଦୋଳନ ବଢିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ସାଂପ୍ରତିକ ବେଙ୍ଗଲ୍‌ ପରିସ୍ଥିତି ନେଇ ରାଜ୍ୟପାଳ ଶାହଙ୍କୁ ଅବଗତ କରିଥିବା ସୂଚନା ମିଳିଛି ।

02- E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ଏହି ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ ପାଇଁ । ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି । ପରିବାରର କେହି ଯଦି ବାହାରେ ଥାଆନ୍ତି ତେବେ ଆରାମରେ ଆସି E-KYC କରିପାରିବେ । ସମସ୍ତ E-KYC ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ ।

03- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛି ବିଜେପି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମମତାଙ୍କୁ ସମାଲୋଚନା କରିବା ସହ ମିଛେଇ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ମମତା ଦ୍ୱିତୀୟ ଚିଠି ଲେଖିବା ପରେ ଅମିତ ମାଲବ୍ୟ ଏପରି ମନ୍ତବ୍ୟ ଦେଇଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ଚିଠି ଲେଖା ବନ୍ଦ କରି ପ୍ରଶ୍ନର ଉତ୍ତର ତୁରନ୍ତ ଦେବା ଉଚିତ ।

04- ମହିଳାଙ୍କୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କହିଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ଏନେଇ ସବୁ ଜିଲ୍ଲାପାଳ ଓ ବିଭାଗକୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ।

05- ବିଜେଡିରୁ ବହିଷ୍କୃତ ହୋଇଥିବା ସସ୍ମିତା ମାଝୀଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ମମତାଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିଲା । ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ ।

06-  ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସ୍‌ର କନିଷ୍ଠ କିରାଣି ପ୍ରଦୀପ ଦାସ । ବିପୁଳ ସଂପତ୍ତି ଥିବା ଅଭିଯୋଗରେ ପ୍ରଦୀପଙ୍କ ଘର ସମେତ ଲିଙ୍କ ଥିବା ବିଭିନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ବାଲେଶ୍ବରରେ ୩ ମହଲା କୋଠା ରହିଥିବା ସମୟରେ ୪ ହଜାର ବର୍ଗଫୁଟର ମାର୍କେଟ କଂପ୍ଲେକ୍ସ ରହିଛି । ମାର୍କେଟ କଂପ୍ଲେକ୍ସରେ ରହିଛି ୨୦ଟି ଦୋକାନ ଘର ଯାହାର ମୂଲ୍ୟ ପ୍ରାୟ ୧ କୋଟି ବୋଲି ଜଣାପଡିଛି । ବାଲେଶ୍ବର ସହର ଆଖପାଖରେ ୬ଟି ପ୍ଲଟ ମଧ୍ୟ ରହିଛି । ଏଥିସହ ଅନ୍ୟାନ୍ୟ ସମ୍ପତ୍ତିର ହିସାବ କିତାବ ଚାଲିଛି ।

07- ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜି ନାହିଁ । ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି  ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି । ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ନିଷ୍କାସିତ ହେଉଛି ୬୦ ହଜାର କ୍ୟୁସେକ ଜଳ । ସେହିପରି ବ୍ରାହ୍ମଣୀରେ ବନ୍ୟାଜଳ କମୁଛି ବୋଲି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

08- ରାଜଧାନୀରୁ ୩୧ଟି ଚୋରି ବାଇକ ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବଡ଼ ଧରଣର ବାଇକ ଚୋରି ରାକେଟ୍ ସମ୍ପର୍କରେ ଆହୁରୀ ଅଧିକ ପୋଲିସ ଖୋଳତାଡ ଚଳାଇଛି ପୋଲିସ । ପ୍ରେସମିଟରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ଗିରଫ ୮ଜଣଙ୍କ ମଧ୍ୟରୁ ୬ କୁଖ୍ୟାତ ଲୁଟେରା ଏବଂ ବାଇକ କିଣିଥିବା ୨ ଜଣ ବ୍ୟକ୍ତି ଅଛନ୍ତି । ହସ୍ପିଟାଲ, ମାର୍କେଟ, ସ୍କୁଲ ସାମ୍ନାରୁ ବାଇକ୍ ଚୋରି କରୁଥିଲେ ବୋଲି ଲୁଟେରାମାନେ ମାନିଛନ୍ତି ।

09- ବିଜେଡି ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି ବିଜେପି ସରକାର । ଆଗକୁ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ  ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ ଏବଂ ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

10- କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଲଘୁଚାପ କ୍ଷେତ୍ର ମୁହାଁଇବ ଏବଂ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ୩ଦିନ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 

Also Read- Shukra Gochar 2024: ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ଟି ରାଶି ରୁହନ୍ତୁ ସାବଧାନ, ନଚେତ...

Also Read- Video: ଯାତ୍ରା ଷ୍ଟେଜରେ ନେହା ନାଗେଶ୍ୱରୀଙ୍କ ଜଲୱା, ଦେଖନ୍ତୁ ଭିଡିଓ