Crime News: ଲାଞ୍ଚ ନେବା ଅଭିଯୋଗରେ କନ୍ଧମାଳ କୋଟଗଡ଼ ଥାନା ଏଏସଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଏଏସଆଇ ରଜନୀକାନ୍ତ ଦାସ ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ଥାନାରେ ଅଭିଯୋଗ ହୋଇଥିବା ଏକ ମାମଲାକୁ ଚାପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ।  ବ୍ୟକ୍ତିଜଣଙ୍କ ଲାଞ୍ଚ ଦେବା ପୂର୍ବରୁ ଏ ସମ୍ପର୍କରେ ବିସ୍ତୃତ ଭାବେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପରେ ସତ କଣ ଜାଣିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା । ଯୋଜନା ମୁତାବକ, ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଏଏସଆଇଙ୍କୁ ମାଡି ବସିଥିଲା । ଧରାପଡିବା ପରେ ରଜନିକାନ୍ତଙ୍କ ଲିଙ୍କ ଥିବା ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଭିଜିଲାନ୍ସ ଚଢାଉ ହେଉଛି । ଘଟଣାର ତଦନ୍ତ ଚାଲିଥିବା ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଆକଳନ କରାଯାଉଛି ।


Also Read- Top 10 News: ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଆଜିର ୧୦ ବଡ଼ ଖବର


Also Read- ୪୫ ଦିନର ବନ୍ଧୁତାରୁ ପ୍ରେମ, ତାପରେ ପ୍ରେମିକାଠୁ ୨୪ଲକ୍ଷ ଟଙ୍କା ଲୁଟ୍