୪୫ ଦିନର ବନ୍ଧୁତାରୁ ପ୍ରେମ, ତାପରେ ପ୍ରେମିକାଠୁ ୨୪ଲକ୍ଷ ଟଙ୍କା ଲୁଟ୍
Advertisement
Article Detail0/zeeodisha/odisha2403066

୪୫ ଦିନର ବନ୍ଧୁତାରୁ ପ୍ରେମ, ତାପରେ ପ୍ରେମିକାଠୁ ୨୪ଲକ୍ଷ ଟଙ୍କା ଲୁଟ୍

ହଠାତ୍ ଝିଅଟି ଗାଜିଆବାଦର ସାଇବର ପୋଲିସ୍ ଷ୍ଟେସନରେ ପୁଅ ନାମରେ ଏକ ଠକେଇ ମାମଲା ରୁଜୁ କରିଥିଲା। ଗାଜିଆବାଦ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଲା ଯେ, ଉଭୟଙ୍କର ବନ୍ଧୁତ୍ୱ ମାତ୍ର ୪୦ରୁ ୪୫ ଦିନର । ମାତ୍ର ଏତିକି ଦିନ ମଧ୍ୟରେ ଝିଅଠାରୁ ପୁଅଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲା ।

୪୫ ଦିନର ବନ୍ଧୁତାରୁ ପ୍ରେମ, ତାପରେ ପ୍ରେମିକାଠୁ ୨୪ଲକ୍ଷ ଟଙ୍କା ଲୁଟ୍

Love And Crime: ବର୍ତ୍ତମାନର ଦୁନିଆରେ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ । କିନ୍ତୁ କିଛି ବ୍ୟକ୍ତି ସହରୀ ଜୀବନ ମଧ୍ୟରେ ଏକଲାପଣ ଅନୁଭବ କରୁଛନ୍ତି । ୫ଜି ଇଣ୍ଟରନେଟ୍ ବର୍ତ୍ତମାନ ଜୀବନକୁ ଟିକେ ସହଜ କରିଦେଇଛି । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ଚାଟିଂ ଆପରେ ବ୍ୟସ୍ତ ରହୁଛନ୍ତି । ଏହାର ପରିଣାମ ମଧ୍ୟ ବର୍ତ୍ତମାନ ଘଟିବା ଆରମ୍ଭ କରିଛି । ବର୍ତ୍ତମାନ ସହର ଝିଅମାନେ ଏପରି ଜାଲରେ ଫସିଯାଉଛନ୍ତି ଯେଉଁଥିରୁ ମୁକୁଳିବା ସେମାନଙ୍କ ପାଇଁ ଅସହଜ ହୋଇପଡୁଛି । ପ୍ରେମ ଜାଲରେ ପଡି ସର୍ବସ୍ୱ ଲୁଟି ନେଇଯାଉଛନ୍ତି । ଆଜି ଆପଣଙ୍କୁ ସେମିତି ଏକ ଉଦାହରଣ ଦେବାକୁ ଯାଉଛୁ । ଗାଜିଆବାଦର ସିହାନି ଗେଟ୍ ଥାନା ଅଞ୍ଚଳର ଜଣେ ଝିଅ ଜୁଲାଇ ୫ ତାରିଖରେ ଏକ ଡେଟିଂ ଆପ୍ ରେ ଆକାଉଣ୍ଟ୍ ଖୋଲିଥିଲେ । ସେହି ଦିନ ଏକ ସୁନ୍ଦର ପ୍ରୋଫାଇଲ୍ ଥିବା ପୁଅକୁ ପସନ୍ଦ କରିବା ସହ ଚାଟିଂ ଆରମ୍ଭ କରିଥିଲେ । ଚାଟିଂ କରିବା ସମୟରେ ଝିଅଟି ଏହା ଜାଣି ଖୁସି ହୋଇଥିଲା ଯେ, ପୁଅଟି ଜାତୀୟ ସୁରକ୍ଷା ଏଜେନ୍ସିରେ କାମ କରୁଛି ବୋଲି କହିଥିଲା । ଏଇଠୁ ଆରମ୍ଭ ହୋଇଥିଲା ବନ୍ଧୁତା ଏବଂ ତାପରେ ଧିରେଧିରେ ସମ୍ପର୍କ ପ୍ରେମ ଆଡକୁ ଗତି କରିଥିଲା ।

ହଠାତ୍ ଝିଅଟି ଗାଜିଆବାଦର ସାଇବର ପୋଲିସ୍ ଷ୍ଟେସନରେ ପୁଅ ନାମରେ ଏକ ଠକେଇ ମାମଲା ରୁଜୁ କରିଥିଲା। ଗାଜିଆବାଦ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଲା ଯେ, ଉଭୟଙ୍କର ବନ୍ଧୁତ୍ୱ ମାତ୍ର ୪୦ରୁ ୪୫ ଦିନର । ମାତ୍ର ଏତିକି ଦିନ ମଧ୍ୟରେ ଝିଅଠାରୁ ପୁଅଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲା ।
ପୋଲିସକୁ ଦେଇଥିବା ବିବୃତ୍ତିରେ ଝିଅଟି କହିଥିଲା ଯେ, 'ଆକାଶ ଅଗ୍ରୱାଲ ନାମକ ଜଣେ ପୁଅଙ୍କ ସହିତ ତାଙ୍କର ବନ୍ଧୁତା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିଲା । ସେ ନିଜକୁ NSA ରେ ମୁଖ୍ୟ ଡାଟା ଆନାଲିଷ୍ଟ ଭାବରେ କାର୍ଯ୍ୟ କରୁଥିବା କହିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ, ତାଙ୍କ ପିତାମାତା ଭାରତୀୟ ସେନାରେ ଚାକିରି କରୁଛନ୍ତି । ଉଭୟେ ୯ ଜୁଲାଇରେ ପ୍ରଥମଥର ଫୋନରେ କଥା ହୋଇଥିଲେ । କିନ୍ତୁ ହଠାତ ଆକାଶ କହିଥିଲେ ଯେ, ମୁଁ ପଦୋନ୍ନତି ପାଇବାକୁ ଯାଉଛି ତେଣୁ ମୋର ସାଲାରୀ ଆକାଉଣ୍ଟ ୧୦ ଜୁଲାଇ ପର୍ଯ୍ୟନ୍ତ ଫ୍ରିଜ୍ ହୋଇଯାଇଛି । ଏହା କହିବା ପରେ ଝିଅଟିକୁ ଟଙ୍କା ମାଗିଥିଲେ ଆକାଶ । ଏକଥା ଶୁଣି ଝିଅଜଣକ 8500 ଟଙ୍କା ପଠାଇଥିଲେ । ପରଦିନ ଏକ ଦୁର୍ଘଟଣା ହୋଇଥିବା କହି ପୁଣି ଝିଅଠାରୁ 1960 ଟଙ୍କା ନେଇଥିଲା ।

ଏଫଆଇଆର ତଥ୍ୟ ଅନୁଯାୟୀ, 'ଯେତେବେଳେ ଝିଅଟି ଆକାଶଙ୍କ ସହ ସାକ୍ଷାତ କରିବାକୁ କହିଥିଲେ ସେତେବେଳେ ଆକାଶ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆଜି ତାଙ୍କ କାର୍ଯ୍ୟାଳୟକୁ ଆସିବେ । ସେଠାରେ ଏକ ପଦୋନ୍ନତି କାର୍ଯ୍ୟକ୍ରମ ରହିଛି । ତେଣୁ ଅନ୍ୟ କୌଣସି ଦିନ ଦେଖା ହେବ । ପରଦିନ ସାକ୍ଷାତ କରିବାକୁ କୁହିବା ପରେ ଆକାଶ ଝିଅଟିକୁ କହିଥିଲେ ଯେ, ଗତକାଲିର ପଦୋନ୍ନତି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଏହି କାରଣରୁ ଆଜି ଏହା ଅନୁଷ୍ଠିତ ହେବ । ତା ପରଦିନ ସାକ୍ଷାତ କରିବାକୁ କହିବା ପରେ ଆକାଶ କହିଥିଲେ ଯେ, ତାଙ୍କ ପିତାଙ୍କର ହୃଦଘାତ ହୋଇଛି । ତେଣୁ ତାଙ୍କୁ ପ୍ରାୟ 40 ଲକ୍ଷ ଟଙ୍କା ଆବଶ୍ୟକ ଅଛି । ଏହା ଶୁଣିବା ପରେ ଝିଅଟି 2 ଲକ୍ଷ ଟଙ୍କା ପଠାଇଥିଲେ । ତା’ପରେ ଆକାଶ କହିଥିଲେ ଯେ, ଅପରେସନ କରାଯାଇଛି, କିନ୍ତୁ 6 ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ଏହା ଶୁଣି ଝିଅଟି ତୁରନ୍ତ 3.5 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲା । ଏହିପରି ମୋଟ ୨୫ ଲକ୍ଷ ଟଙ୍କା ପଠାଇବା ପରେ ଦିନେ ହଠାତ୍ ଆକାଶ ଝିଅଟି ମୋବାଇଲକୁ ଅଶ୍ଳୀଳ ଚାଟ୍ ଏବଂ ଫଟୋ ପଠାଇଥିଲା । ତାପରେ ବିଭିନ୍ନ ବାହାନା କରିବା ସହ ଟଙ୍କା ଦାବି କରିଥିଲେ । ଯେତେବେଳେ ମନରେ ସନ୍ଦେହ ହେଲା ସେତେବେଳେ ଝିଅଟି ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ । ସେଠାରୁ ଜାଣିବାକୁ ପାଇଥିଲେ ଆକାଶଙ୍କ ବାପାଙ୍କ ନାମରେ କେହି ରୋଗୀ ସେଠାରେ ଚିକିତ୍ସିତ ହୋଇନାହାନ୍ତି । ଏହାପରେ ଆକାଶ ଦେଇଥିବା ଦିଲ୍ଲୀ ସ୍ଥିତ ବାସଭବନର ଠିକଣାରେ ପହଞ୍ଚିଥିଲେ ପ୍ରେମିକା । କିନ୍ତୁ ସେଠାରେ ମଧ୍ୟ ଆକାଶ ନଥିଲେ ଏବଂ ଭୁଲ୍ ଥିଲା ଠିକଣା । ବର୍ତ୍ତମାନ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- ୧୫ହଜାର ଟଙ୍କା ନିବେଶ କରି ପାଆନ୍ତୁ ମାସକୁ ୬୦ ହଜାର !

Also Read- Rahu Transit 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ପୂର୍ବରୁ ଚମକିବେ ୩ ରାଶି