Top 10 News: ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2403159

Top 10 News: ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଆଜିର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଦିନଯାକର ୧୦ଟି ବଡ଼ ଖବର

Top 10 News: ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଆଜିର ୧୦ ବଡ଼ ଖବର

Top 10 News Today

01- କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ଦୁଷ୍କର୍ମ -ହତ୍ୟା ମାମଲାକୁ ବିରୋଧ କରି ମଙ୍ଗଳବାର ଦିନ ହାଓ୍ୱଡା ଥିବା 'ନବନ୍ନା ଆନ୍ଦୋଳନ'ରେ ହଜାର ହଜାର ବିକ୍ଷୋଭକାରୀ ଅଂଶଗ୍ରହଣ କରିଥିଲେ। ଏହି ଆନ୍ଦୋଳନ ସମୟରେ ସମଗ୍ର ହାଓଡାର ପରିବେଶ ଉତ୍ତେଜିତ ହୋଇପଡିଥିଲା। ବିକ୍ଷୋଭକାରୀଙ୍କୁ ନବନ୍ନା ଯିବାକୁ ରୋକିବା ପାଇଁ ପୋଲିସ ବ୍ୟାରିକେଡ୍ ଲଗାଇଥିଲା। କିନ୍ତୁ ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗିଥିଲେ। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। 

02- ହାଓ୍ୱଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ପରେ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ଆନ୍ଦୋଳନର ମଧ୍ୟଭାଗରେ ପରିସ୍ଥିତିକୁ ଭଣ୍ଡୁର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ଏଥି ସହ ଏହି ବିକ୍ଷୋଭରେ ଭାଗ ନେଉଥିବା ଲୋକମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଏବଂ ଆରଜି କର ମେଡିକାଲ କଲେଜ ମାମଲାରେ ନ୍ୟାୟ ଦାବି କରୁଛନ୍ତି। ତେବେ କେନ୍ଦ୍ରୀୟ କୋଲକାତାର କଲେଜ ସ୍କୋୟାରରେ ଆରମ୍ଭ ହୋଇଥିବା ମୁଖ୍ୟ ରାଲି ଶାନ୍ତିପୂର୍ଣ୍ଣ ଭାବରେ ଜାରି ରହିଛି। ସେଠାରେ କୌଣସି ପ୍ରକାରର ବାଧା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। ହାଓ୍ୱଡାରେ ହିଂସାତ୍ମକ ବାତାବରଣ ଦେଖିବା ପରେ କେନ୍ଦ୍ର ମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଗଣମାଧ୍ୟମ ସହ କଥାବାର୍ତ୍ତା କରିବାବେଳେ ପଶ୍ଚିମବଙ୍ଗ ବିଜେପି ଆସନ୍ତାକାଲି ୧୨ ଘଣ୍ଟିଆ 'ବଙ୍ଗଳା ବନ୍ଦ' ବୋଲି କହିଛନ୍ତି।

03- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ମୋଟ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବୈଷ୍ଣୋ ଦେବୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି ବିଜେପି । ଆଜିର ତାଲିକା ଅନୁଯାୟୀ ବଳଦେବ ରାଜ ଶର୍ମାଙ୍କୁ ବୈଷ୍ଣୋ ଦେବୀ ନିର୍ବାଚନମଣ୍ଡଳୀରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି ଦଳ । ପ୍ରଥମ ତାଲିକାରେ ରୋହିତ ଦୁବେଙ୍କୁ ଏହି ଆସନରୁ ଟିକେଟ ଦିଆଯାଇଥିଲା 

04- ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହନ୍ତ। ନିର୍ବାଚନ ଅଧିକାରୀଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କଲେ ମମତା। ଏଥି ପାଇଁ ବିଜେପିର କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଡବଲ ଇଞ୍ଜିନ ସରକାରରେ ସ୍ବର ଦ୍ଵିଗୁଣିତ ହେବ। ପୂର୍ବ ତୁଳନାରେ ଅଧିକ କାମ ହେବ। ପୂର୍ବରୁ ଆଞ୍ଚଳିକ ଦଳରେ କାମ କରୁଥିଲି ଏବେ ଜାତୀୟ ଦଳରେ ଅଛି କାମ ଅଧିକ ହେବ। ବିଜେପି କୁ ଆସୁ ଆସୁ ମୋର ଚାରୋଟି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଆଗକୁ ମୟୁରଭଞ୍ଜ ବାସୀ ଏବଂ କୁଡମୀ ସମ୍ପ୍ରଦାୟ ଏବଂ ରାଜ୍ୟ ବାସୀଙ୍କ ସ୍ବର ରାଜ୍ୟ ସଭାରେ ଉଠାଇବି।

05- ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୯ଟା ୧୨ ମିନିଟ୍ ରୁ ୯ ଟା ୨୭ ମଧ୍ୟରେ ତୁଳା ଲଗ୍ନାରେ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବିଷ୍ଣୁସହସ୍ର ନାମ ପାଠ ପରେ ଶୁଭଲଗ୍ନ ବାହାରିଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି।

06- ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ରାୟଗଡ଼ା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗ ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁ ଏବଂକଳାହାଣ୍ଡି ନର୍ଲା ଜୟଦୁର୍ଗା ହାଇସ୍କୁଲ ଶିକ୍ଷକ ସନ୍ତୋଷ କୁମାର କର। ସମଗ୍ର ଦେଶରୁ ୫୦ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ।

07- ପୁଣି ବିଜେଡିକୁ ଫେରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ପୂର୍ବେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ଆଜି ଶଙ୍ଖ ଭବନରେ ଏକ ମିଶ୍ରଣ ପର୍ବରେ ସେ ଦଳକୁ ସାମିଲ୍ ହୋଇଛନ୍ତି। ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି ଯେ, ଶାସକ ଦଳ ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛି। ଅଶୋକଙ୍କୁ ପ୍ରଲୋଭନ ଓ ବିଭିନ୍ନ ଧମକ ଦିଆଯାଇଥିଲା। ତେବେ ସେ ଆଜି ନିଜ ଘର ବାହୁଡା କରିଛନ୍ତି ଏବଂ ତାଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପୁଣି ବିଜେଡିକୁ ଫେରିଛନ୍ତି। ଫଳରେ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ପାଇଛି ଓ ଯାଜପୁରରେ ଦଳ ସୁସଙ୍ଗଠିତ ହୋଇ ରହିଛି।

08- ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ପକ୍ଷରୁ ହୀରାଲୋଇ ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡ଼ା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପୁଲିସ ଅଟକ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛି। ସୂଚନା ଅନୁସାରେ, ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡ଼ା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। 

09- ପିପିଲି ବାର୍ଡ ଫ୍ଲୁର ହଟ୍ ସ୍ପଟ୍ ପାଲଟିଛି। ଏଥିପାଇଁ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଡ ଘୋଷଣା କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଚିହ୍ନଟ ସ୍ଥାନର ନବେ ପ୍ରତିଶତ ଫାର୍ମକୁ ସାନିଟାଇଜ୍ କରାଯାଇଛି। ବିଭିନ୍ନ ଫାର୍ମରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ତୁରନ୍ତ କୁକୁଡ଼ାକୁ ମାରି ପୋତି ଦିଆଯାଉଛି। ପିପିଲିରେ ୨ ଦିନରେ ୫ ହଜାରରୁ ଅଧିକ କୁକୁଡ଼ାଙ୍କୁ ମରାଗଲାଣି। ଆଗକୁ ଆହୁରି କୁକୁଡ଼ା ମରାଯିବ। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକେ କୁକୁଡ଼ା ମାଂସ ଖାଇବେ କି ନାହିଁ ସେନେଇ ବଢୁଛି ଦ୍ବନ୍ଦ। ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ ଏହାର ସମ୍ପୂର୍ଣ୍ଣ ତଦାରଖ କରିବ।

10- IMD ଦ୍ୱାରା ଜାରି କରାଯାଇଥିବା ପାଣିପାଗ ବୁଲେଟିନ୍ ଅନୁଯାୟୀ ପଶ୍ଚିମବଙ୍ଗ ଉପକୂଳରେ ନିମ୍ନ ଚାପ ସୃଷ୍ଟି ହୋଇଛି । ଫଳରେ ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ତଥା ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତର ଦିଗକୁ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାରେ ଏବଂ ୨୯ ଅଗଷ୍ଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଉପକୂଳରେ ଏକ ନୂଆ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପ୍ରଭାବରେ, ୨୬ ରୁ ୨୭ ଅଗଷ୍ଟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Also Read- ୪୫ ଦିନର ବନ୍ଧୁତାରୁ ପ୍ରେମ, ତାପରେ ପ୍ରେମିକାଠୁ ୨୪ଲକ୍ଷ ଟଙ୍କା ଲୁଟ୍

Also Read- ୧୫ହଜାର ଟଙ୍କା ନିବେଶ କରି ପାଆନ୍ତୁ ମାସକୁ ୬୦ ହଜାର !