ବୌଦ୍ଧ:  କଣ୍ଟାମାଳ ଥାନା ନିକଟ ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଫଳରେ ୨ ଯବାନଙ୍କ ଦେହରେ ଆଘାତ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଭୋର ସମୟରେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଏସଓଜି ଯବାନ । ପୂର୍ବରୁ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ । ସେହି ରାସ୍ତା ଅତିକ୍ରମ କରୁଥିବା ସମୟରେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଯବାନଙ୍କୁ ତୁରନ୍ତ ହସପିଟାଲକୁ ସ୍ଥାନାନ୍ତର କରାଯିବା ସହିତ ଜଙ୍ଗଲରେ ଅଧିକ ସର୍ଚ୍ଚ ଅପରେସନ ବଢାଇଦିଆଯାଇଛି ।


Also Read- ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼


Also Read- ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି