kumar Purnima 2023: ଶନିବାର ଦିନ କୁଆଁରୀ ପାଳିବେ କୁମାର ପୂର୍ଣ୍ଣିମା (kumar Purnima 2023) । ତେବେ ଚଳିତ ବର୍ଷ ଏହି ଦିନ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ କୁମାର ପୂର୍ଣ୍ଣିମା ନୀତିକାନ୍ତିକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ସେପଟେ ସନ୍ଧ୍ୟା ପୂର୍ବରୁ ନୀତିକାନ୍ତି ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଆସନ୍ତାକାଲି ହେବାକୁ ଥିବା ଚନ୍ଦ୍ରଗ୍ରହଣ (Lunar Eclipse 2023) ମଧ୍ୟରାତ୍ରିରେ ଆଂଶିକ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଏହା ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ୨୯ ତାରିଖ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୧ ଘଣ୍ଟା ୧୯ ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଗ୍ରହଣ ପଡୁଥିବାରୁ କୁମାର ପୂର୍ଣ୍ଣିମା ନୀତିକାନ୍ତିକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଗ୍ରହଣ ରାତି ୧ଟା ବାଜି ୫ ମିନିଟ୍ ରୁ ଲାଗୁଥିବାରୁ ୨୮ ତାରିଖ ସନ୍ଧ୍ୟା ୪ଟା ବାଜି ୫ ମିନିଟ୍ ପୂର୍ବରୁ କୁମାରୀମାନେ ଚାନ୍ଦ ପୂଜା (Chanda puja) ସହ ଚନ୍ଦ୍ର ଦର୍ଶନ ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଏହାପରେ ଚନ୍ଦ୍ର ଦର୍ଶନ ସହ ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଶୁଭକାମ ଓ ଦେବନୀତିକୁ ବାରଣ କରାଯାଇଛି । ରାହୁ ଗ୍ରସ୍ତ ଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଥାଉ କି, ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ (Lunar Eclipse) ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।


Also Read-Odisha News: ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ, ଏହି ଦିନ ଶପଥ ନେବେ ନୂତନ ରାଜ୍ୟପାଳ


Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର