Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1932144

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...

ସୌ(ସୋସିଆଲ ମିଡିଆ)

Top 10 News Headlines: 1.କତାରରେ ପୂର୍ବତନ ଭାରତୀୟ ନୌସେନାଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ: ଗୁଇନ୍ଦାଗିରି ଅଭିଯୋଗରେ ୮ ଜଣ ପୂର୍ବତନ ଭାରତୀୟ ସେନାଧିକାରୀଙ୍କୁ କତର ପକ୍ଷରୁ ମୃତ୍ୟୁ ଦଣ୍ତାଦେଶ ଦିଆଯାଇଛି। ଗତ ବର୍ଷ ଅଗଷ୍ଟ ମାସରେ ସେମାନଙ୍କୁ ଗିରଫ କରାଯାଇଥିଲା। କତର ନୌସେନା ତଥା ବୁଡ଼ା ଯାହାଜ ବାବଦରେ ସେମାନେ ଇସ୍ରାଏଲ୍‍କୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। କତର ସରକାରଙ୍କ ଏପରି ପଦକ୍ଷେପରେ କ୍ଷୁବ୍ଧ ହୋଇଛି ଭାରତ। ଭାରତୀୟଙ୍କୁ ମୁକୁଳାଇବାବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

2.ଖୋଲା ମଳତ୍ୟାଗ ସ୍କ୍ରବ୍ଟାଇଫସ୍ କାରଣ: କିଛିଦିନ ହେଲା ରାଜ୍ୟର ସମସ୍ତ ଅଞ୍ଚଳ ବିଶେଷକରି ପଶ୍ଚିମାଞ୍ଚଳରେ ଆତଙ୍କ ଖେଳାଇଥିବା ସ୍କ୍ରବ୍‍ ଟାଇଫସ୍‍ ସଂକ୍ରମଣର ମୂଳ କାରଣ ଖୋଲାରେ ମଳତ୍ୟାଗ ବୋଲି କେନ୍ଦ୍ରୀୟ ଅନୁଧ୍ୟାନ ଟିମ୍‍ କହିଛନ୍ତି। ମୌସୁମୀ ଋତୁ ପୂର୍ବରୁ ଏଥିଲାଗି ବ୍ୟାପକ ସଚେତନତା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।

3.ଆଜିଠୁ ଭୋଟର ତାଲିକା ସଂଶୋଧନ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜିଠାରୁ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ଡିସେମ୍ବର ୯ ତାରିଖ ଯାଏଁ ଚାଲିବ। ଯେଉଁମାନଙ୍କ ନାଁ, ଠିକଣା କିମ୍ବା ତଥ୍ୟ, ଫଟୋ ବାବଦରେ କିଛି ସଂଶୋଧନ ଆବଶ୍ୟକ ରହିଛି ସେମାନେ ଏହାର ଫାଇଦା ନେଇପାରିବେ। ଏହାସହ ନାମ ପଞ୍ଜୀକରଣ କରିବା, ନାମ କାଟିବା ପାଇଁ ମଧ୍ୟ ଆବେଦନ କରାଯାଇପାରିବ। ନଭେମ୍ବର ମାସରେ ୪ଟି ସ୍ୱତନ୍ତ୍ର ପ୍ରଚାର ଦିବସ ଆୟୋଜନ କରାଯାଇଛି। ଏହି ସମୟରେ ବୁଥସ୍ତରୀୟ ଅଧିକାରୀ ବୁଥରେ ଉପସ୍ତିତ ରହି ବିଭିନ୍ନ ଆବେଦନକୁ ନିଜେ ଗ୍ରହଣ କରିବେ।

4.ଶ୍ରୀ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀ ଲିଙ୍ଗରାଜଙ୍କୁ ସଙ୍କୁଡ଼ି ଭୋଗ ହୋଇପାରୁନି। ଗତ ଦୁଇଦିନ ଧରି ଏପରି ବିଭ୍ରାଟ ଲାଗି ରହିଛି। ଏହାକୁ ନେଇ ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ତୁରନ୍ତ ସମାଧାନ କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

5.୨୩ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଏ ବର୍ଷ ନଭେମ୍ବର ୨୩ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଗ୍ରହୀ ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥଯାତ୍ରା କରାଇବା ଯୋଜନା ଆରମ୍ଭ ହେବ। ଏଥିଲାଗି ନଭେମ୍ବର ପହିଲାରୁ ୧୦ ତାରିଖ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଆବେଦନ ଗ୍ରହଣ କରାଯିବ। ଏଥିପାଇଁ ଯୋଗ୍ୟ ତଥା ଆଗ୍ରହୀ ବରିଷ୍ଠ ନାଗରିକମାନେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୯ଟି ପର୍ଯ୍ୟାୟରେ ରାଜ୍ୟର ୫ଟି ଷ୍ଟେସନ୍‍ରୁ ଏହି ଯାତ୍ରା ଆରମ୍ଭ ହେବ। ଆଇଆରସିଟିସି ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନାକୁ ପରିଚାଳନା କରୁଛନ୍ତି । ସରକାର ପ୍ରତି ଯାତ୍ରୀଙ୍କ ପାଇଁ ୧୬୮୦୦ ଟଙ୍କା ଖର୍ଚ୍ଚ କରିବେ।

6.କଟକ ଜିଲ୍ଲାପାଳଙ୍କ ଅଫିସରେ ହାଇଡ୍ରାମା: ହଠାତ୍ ମାତ୍ର ୩ ଘଣ୍ଟାରେ ବଦଳି ହୋଇଛନ୍ତି କଟକର ଜିଲ୍ଲାପାଳ ଭବାନୀଶଙ୍କର ଚଇନି । ବଦଳି ପରେ ତୁରନ୍ତ ଦାୟତ୍ୱ ଗ୍ରହଣ କରିବାକୁ ନୂତନ ଜିଲ୍ଲାପାଳ ନିଯୁକ୍ତ ନରହରି ସେଠୀ ପହଞ୍ଚିବା ପରେ ପରିସ୍ଥିତି ଗମ୍ଭୀର ହୋଇଥିଲା। ଏମିତି କି ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଦାୟିତ୍ୱ ନ ନେଇ ନୂତନ ଜିଲ୍ଲାପାଳ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିରେ ନୂତନ ମୋଡ଼ ନେଇଥିଲା ଯେତେବେଳେ ନୂତନ ଜିଲ୍ଳାପଳଙ୍କୁ ଏକ ଫୋନ୍‍ ଆସିଥିଲା ଆଉ ଦାୟିତ୍ୱ ହସ୍ତାନ୍ତରଣ ସ୍ଥଗିତ କରାଯାଇଥିଲା। ସନ୍ଧ୍ୟା ସାଢ଼େ ସାତଟା ଯାଏ ଏପରି ପରିସ୍ଥିତି ପରେ ଦାୟିତ୍ୱ ହସ୍ତାନ୍ତରଣ ହୋଇଥିଲା। ହଠାତ୍‍ ଏପରି ଏକ ପରିବର୍ତ୍ତନ କଟକ ସହରରେ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି।

7.୩୧ରେ ନୂଆ ରାଜ୍ୟପାଳ: ଓଡ଼ିଶାର ରାଜ୍ୟପାଳ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିବା ପରେ ପ୍ରଫେସର ଗଣେଶୀ ଲାଲ୍‍ ଆଜି ବିଦାୟ ନେବେ। ନୂତନ ରାଜ୍ୟପାଳ ଭାବେ ରଘୁବର ଦାସ ୩୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ। ସେ ୨୯ ତାରିଖରେ ଓଡ଼ିଶା ପହଞ୍ଚିବେ। ତାଙ୍କ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଶପଥପାଠ କରାଇବେ।

8.ଆସନ୍ତା କାଲି ଚନ୍ଦ୍ରଗ୍ରହଣ: ୨୮ ମଧ୍ୟରାତ୍ରୀରେ ଭାରତ ଆକାଶରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ। ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆା, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତରପୂର୍ବ ଉତ୍ତର ଆମେରିକା, ଭାରତ ମହାସାରକ, ଆଟ୍‍ଲାଣ୍ଟିକ୍‍ ମହାସାଗର, ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ଗ୍ରହଣ ଦେଖାଦେବ। ରାତି ୧ଟା ୫ ମିନିଟ୍‍ ସମୟରୁ ଚନ୍ଦ୍ରଗ୍ରହଣ ଆାମ୍ଭ ହେବ। ୧ ଘଣ୍ଟା ୧୯ ମିନିଟ୍‍ ସମୟ ଏହି ଗ୍ରହଣ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

9.ମହିଳା ଟ୍ରାନ୍ସଜେଣ୍ତର ଜଗିବେ ବୁଥ: ନକ୍ସଲ ପ୍ରଭାବିତ ଛତିଶଗଡ଼ ବସ୍ତର ଅଞ୍ଚଳର ୩୫ ବୁଥକୁ ମହିଳା କମାଣ୍ଡୋ ସୁରକ୍ଷା ଦେବେ। ଏହାସହ ଆଉ ଏକ ବୁଥରେ କେବଳ ଟ୍ରାନ୍ସଜେଣ୍ଡର ପୋଲିସ ଅଧିକାରୀ ନିୟୋଜିତ ହେବେ। ଏହି ଅଞ୍ଚଳରେ ଲିଙ୍ଗଗତସାମ୍ୟ ପ୍ରତିଷ୍ଠା ତଥା ଏହି ଭାବନାକୁ ପ୍ରୋତ୍ସାହନ ଦେବା ଲାଗି ଏପରି ଉଦ୍ୟମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ୍‍ଗ୍ରହଣ ହେବ।

10.ଆଇଆଇଆଇଟିଏମରେ ପ୍ରଥମ ଦୃଷ୍ଟିବାଧିତ ଛାତ୍ରୀ: ପ୍ରଥମଥର ପାଇଁ ଜଣେ ଦୃଷ୍ଟି ବାଧିତଙ୍କୁ ଭାରତର ଏକ ପ୍ରମିୟର ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଆଇଟିଏମ- ଲକ୍ଷ୍ନୌରେ ପାଠ ପଡ଼ିବାର ସୁଯୋଗ ମିଳିଛ। ୧୯ ବର୍ଷୀୟା ଏହି ଛାତ୍ରୀଙ୍କ ନାଁ ଭୂବିକା ଅଗ୍ରଓ୍ୱାଲ। ସେ ନିଜର କଳ୍ପନା ଶକ୍ତି ଓ ପ୍ରଯୁକ୍ତି ବଳରେ ଜେଇଇ ମେନ୍‍ସ ସଫଳତାର ସହ ପାସ୍‍ କରି ଆଡ୍‍ମିଶନ ସୁଯୋଗ ପାଇଛନ୍ତି।