Odisha News: ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ, ଏହି ଦିନ ଶପଥ ନେବେ ନୂତନ ରାଜ୍ୟପାଳ
Advertisement

Odisha News: ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ, ଏହି ଦିନ ଶପଥ ନେବେ ନୂତନ ରାଜ୍ୟପାଳ

Odisha News: ଶୁକ୍ରବାର ଦିନ ଓଡ଼ିଶା ଛାଡ଼ିବେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଥିଲେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ।

ସୌ(ସୋସିଆଲ ମିଡିଆ)

Odisha News: ଦୀର୍ଘ ୫ ବର୍ଷ ୫ ମାସ ସେବା ପ୍ରଦାନ ପରେ ଶୁକ୍ରବାର ଦିନ ଓଡ଼ିଶା ଛାଡ଼ିବେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Professor Ganeshi Lal) । ଏହା ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଥିଲେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ (Raghubar Das) ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ।

ସୂଚନା ଥାଉ କି,  ଅକ୍ଟୋବର ୩୧ରେ ଓଡ଼ିଶାର ନୂତନ ରାଜ୍ୟପାଳ (New Governor of odisha) ଭାବେ ଶପଥ ନେବେ ରଘୁବର ଦାସ । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ (Governor) ଶପଥ ପାଠ (Oath taking) କରାଇବେ। ତେବେ ଏହି ଶପଥ ପାଠ ଉତ୍ସବ କେଉଁଠାରେ ଆୟୋଜିତ ହେବ ସେନେଇ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ତେବେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ  ନେବେ ରଘୁବର ଦାସ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ (Former Jharkhand CM) ଥିଲେ । ଏହା ସହ ସେ ୫ ଥର ବିଧାୟକ (MLA) ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୫୫ ମସିହା ମେ ୩ରେ ସେ ଅବିଭକ୍ତ ବିହାରରେ (Bihar) ଜନ୍ମ ଗ୍ରହଣ କରିଥିଲେ । ‘ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ସହ ନିଜ ଦାୟିତ୍ବକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ କହିଛନ୍ତି’ ।

Also Read-ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ