Elephant Death: ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ। ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ହାତୀ ମୃତ୍ୟୁ ମାମଲାରେ ଉଦବେଗ ପ୍ରକାଶ କରି ଜଙ୍ଗଲ, ପରିବେଶ ଓ ଜଳାବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିର୍ଦ୍ଦେଶ ଦେଇ କହିଛନ୍ତି ବର୍ଷ ଆରମ୍ଭରୁ ଏଯାଏଁ ପ୍ରାୟ ୫୦ଟି ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅସ୍ୱାଭାବିକ ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାର ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ ପରି ବ୍ୟବସ୍ଥା ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏହା ସହିତ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦକ୍ଷତା ଓ ଆନ୍ତରିକତା ଏବଂ କାର୍ଯ୍ୟ କୁଶଳତାର ଅଧିକ ଆବଶ୍ୟକତା ଅନୁଭୂତ ହେଉଛି। ସୁରକ୍ଷିତ ପରିବେଶରେ ବାସ କରିବା ବନ୍ୟଡନ୍ତୁଙ୍କ ଅଧିକାରୀ ହୋଇଥିବାରୁ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ତେବେ ସେମାନଙ୍କ ନିରାପତ୍ତା ନିଶ୍ଚିତ କରାଯିବା ନିମନ୍ତେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ  ଆବଶ୍ୟକ। ବନ ବିଭାଗ କର୍ମଚାରୀମାନେ ଏଥିପାଇଁ ଉତ୍ତରଦାୟୀ ହେବା ଆବଶ୍ୟକ। କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଛନ୍ତି। ୨୦୨୪ରେ ଘଟିଥିବା ଅସ୍ୱଭାବିକ ହାତୀ ମୃତ୍ୟୁ ଘଟଣାଗୁଡିକୁ ବନଖଣ୍ଡ ଅନୁଯାୟୀ ପ୍ରସ୍ତୁ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଦୋଷୀ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାସ ମଧ୍ୟରେ ଜଣାଇବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।