Odisha assembly session 2024: ବିକାଶ ପଡ଼ିଛି ଅଧାରେ, ଟଙ୍କା ଅଛି ନୀତି ନାହିଁ
Odisha assembly session 2024: ଆଜି ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତାଲିକାରେ ଏହାକୁ ସ୍ପଷ୍ଟ କରାଯାଇଛି।
Odisha assembly session 2024: ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ ଯୋଜନା ଅଧା ବାଟରେ ପଡ଼ିଛି। କେବଳ ଘୋଷଣା ଯାହା ହୋଇଛି, କିନ୍ତୁ କାର୍ଯ୍ୟକ୍ରମ ଆଗକୁ ବଢିପାରୁନାହିଁ। ଏପରିକି ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଉଦ୍ଦିଷ୍ଟ ପାଣ୍ଠି ଖର୍ଚ୍ଚ ନ ହୋଇପାରିବାକୁ ନେଇ ବିରୋଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି। ସରକାରଙ୍କ ଇଚ୍ଛାଶକ୍ତି ଓ ନୀତିର ଅଭାବ ଯୋଗୁଁ ଯୋଜନା କେବଳ ଘୋଷଣାରେ ସୀମିତ ରହିଛି ବୋଲି ଅଭିଯୋଗ କରିଛି ବିରୋଧି ଦଳ।
Also Read: Odisha assembly session 2024: ରାଜ୍ୟରେ ଦୃତ ବେଗରେ କମୁଛି ଶିଶୁ ଜନ୍ମ ହାର
Also Read: Odisha assembly session 2024: ନବ ଦାସ ହତ୍ୟା ଘଟଣାରେ ସରକାରଙ୍କ ପାଖରେ ତଥ୍ୟ ନାହିଁ
ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଆଜି ବିରୋଧି ଦଳ ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କୁ ଯୋଜନା ରୂପାୟନ ବାବଦରେ ପ୍ରଶ୍ନ ପଚାରିଥିଲେ। ରାଜ୍ୟରେ ଚଳିତ ବର୍ଷର ବଜେଟ ଅନୁସାରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅନୁଦାନ ଭିତରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି କାର୍ଯ୍ୟକ୍ରମୱାରି ବିବରଣୀ ଚାହିଁଥିଲେ। ଉତ୍ତରରେ ମୁଖ୍ୟମନ୍ତ୍ରୀ ଯେଉଁ ଜବାବ ରଖିଛନ୍ତି ତାହା ଯୋଜନା ଗୁଡ଼ିକର ଗତି ସମ୍ପର୍କରେ ସୂଚିତ କରିବାକୁ ସମର୍ଥ ବୋଲି କହିଛନ୍ତି ଶ୍ରୀବେହେରା। ସେ କହିଛନ୍ତି ସମୁଦାୟ ବଜେଟର ମାତ୍ର ୩୭ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି। ଚଳିତ ଆର୍ଥିକ ବର୍ଷ ଆଉ ଚାରିମାସ ପରେ ଶେଷ ହେବାକୁ ଥିବା ବେଳେ ସରକାରଙ୍କ ଏହି ଧିମାଗତିକୁ ସମାଲୋଚନା କରିଛନ୍ତି ଶ୍ରୀ ବେହେରା। ଏହା ସହ ଶ୍ରୀ ବେହେରା ଚଳିତ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ କିପରି ରୂପାୟନ ହେବ ସେବାବଦରେ କୌଣସି ତଥ୍ୟ ରଖିନଥିବା କହିଛନ୍ତି। ଏପରିକି ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ରୂପାୟନ ନୀତି ସ୍ଥିର ହୋଇପାରିନଥିବାରୁ ଏସବୁ ଯୋଜନା ଏବେ ଅଧାବାଟରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।
ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ମିଶନ ଶକ୍ତି ବିଭାଗ ପାଇଁ ୨୭୫୭ କୋଟି ୫୨ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ମାତ୍ର ୩୬୩ କୋଟି ୭୧ ଲକ୍ଷ ଖର୍ଚ୍ଚ ହୋଇପାରିଛି। ସାଧାରଣ ବିଭାଗରେ ୨୪୬ କୋଟିରୁ ମାତ୍ର ୮ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲାଗି ୧୧ ହଜାର ୬୯୨ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଥିବା ବେଳେ ସରକାର ମାତ୍ର ୩୮୭୯ କୋଟି ୪୪ ଲକ୍ଷ ଖର୍ଚ୍ଚ କରିପାରିଛନ୍ତି। ଓଡ଼ିଶା ବିଧାନସଭା ପାଇଁ, ପଞ୍ଚାୟତରାଜ ଓ ପେନସନ ବିଭାଗରେ କୌଣସି ଆବଣ୍ଟନ କରାଯାଇ ନାହି କିମ୍ବା କୌଣସି ଖର୍ଚ୍ଚ ହୋଇନାହିଁ। ବିପର୍ଯ୍ୟୟ ପରିଚାଳନା, ମହିଳା ଓ ଶିଶୁ ବିକାଶ, ସଂସଦୀୟ ବ୍ୟାପାର, ପ୍ରଭୃତି ବିଭାଗ ପାଇଁ ସରକାର କୌଣସି ଖର୍ଚ୍ଚ କରିନାହାନ୍ତି।
ଆଜି ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତାଲିକାରେ ଏହାକୁ ସ୍ପଷ୍ଟ କରାଯାଇଛି।