Odisha assembly session 2024: ନିର୍ବାଚନ ସମୟରେ ଏହି ହତ୍ୟା ଘଟଣା ତତ୍କାଳୀନ ବିଜେଡି ନେତୃତ୍ୱଙ୍କୁ ହରଡ଼ଘଣାରେ ପକାଇଥିଲା। ଏପରିକି କିଛି ବିଜେପି ନେତା ଏହି ଘଟଣାକୁ ଏକ ସୁଚିନ୍ତିତ ଯୋଜନା ବୋଲି ଅଭିଯୋଗ କରିଥିଲେ।
Trending Photos
Odisha assembly session 2024: ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ସୂଚନା ଦେଇଛନ୍ତି।
Also Read: Parliament Winter Session 2024: ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
Also Read: Maharastra Politics: ଆଜି ଘୋଷଣା ହେବ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ
ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଏକ ପ୍ରଶ୍ନରେ ବର୍ତ୍ତମାନ ସୁଦ୍ଧା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ତଦନ୍ତ କେଉଁଠାରେ ରହିଛି ତାହା ଜାଣିବା ପାଇଁ ଚାହିଁଥିଲେ। ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁ କେଉଁ ସଦସ୍ୟଙ୍କର ବୟାନ ରେକର୍ଡ ହୋଇଛି ସେ ବାବଦରେ ସେ ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ଚାହିଁଥିଲେ। ଏପରିକି ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇକୁ କେବେ କେଉଁ ଉପାୟରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ତାହା ଜାଣିବାକୁ ଚାହିଁଥିଲେ।
ଗତ ବର୍ଷ ଜାନୁଆରୀ ୨୯ ତାରିଖରେ କାର୍ଯ୍ୟରତ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କର ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଗୋପାଳକୃଷ୍ଣ ଦାସ ହତ୍ୟା କରିଥିବା ନେଇ ମାମଲା ଦାୟର ହୋଇଥିଲା। ଏ ବାବଦରେ ତତ୍କାଳୀନ ସରକାର ଗୋପାଳକୃଷ୍ଣ ଦାସଙ୍କୁ ଗିରଫ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରାଜ୍ୟ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠା ଭିତ୍ତିକ ଏକ ଚାର୍ଜସିଟ ଝାରସୁଗୁଡ଼ା ଉପମଣ୍ଡଳ ବିଚାରପତିଙ୍କ ନିକଟରେ ଦାୟର କରିଥିଲେ। କିନ୍ତୁ କାହିଁକି ଗୋପାଳ ଦାସ ଏଭଳି କାଣ୍ଡ ଭିଆଇଥିଲା ସେ ବିଷୟରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।
ନିର୍ବାଚନ ସମୟରେ ଏହି ହତ୍ୟା ଘଟଣା ତତ୍କାଳୀନ ବିଜେଡି ନେତୃତ୍ୱଙ୍କୁ ହରଡ଼ଘଣାରେ ପକାଇଥିଲା। ଏପରିକି କିଛି ବିଜେପି ନେତା ଏହି ଘଟଣାକୁ ଏକ ସୁଚିନ୍ତିତ ଯୋଜନା ବୋଲି ଅଭିଯୋଗ କରିଥିଲେ।