Odisha News: ଭୁବନେଶ୍ୱର: ରାଜ୍ୟରେ ମହିଳା ବିରୋଧୀ ହିଂସାର ଦଣ୍ଡବିଧାନ ହାର ବହୁତ କମ ରହିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ୨୦୨୨ ସୁଦ୍ଧା ଓଡ଼ିଶାରେ ମହିଳା ହିଂସା ଦଣ୍ଡ ବିଧାନ ହାର କେବଳ ୯.୩ ପ୍ରତିଶତ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ତେଣୁ ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ହରିଚନ୍ଦନ କରିଛନ୍ତକି ସରକାର ଏ ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମହିଳା ସଂକ୍ରାନ୍ତୀୟ ସମସ୍ତ ଅପରାଧର ବିଚାର ପାଇଁ ୪ଟି କୋର୍ଟ ପ୍ରତିଷ୍ଠା ହେବ। ପାଇଲଟ ପ୍ରକଳ୍ପ ଭାବେ ଆଗ ଏହି ୪ଟି କୋର୍ଟର କାର୍ଯ୍ୟକାରିତାକୁ ଦେଖାଯିବ। ଫାଷ୍ଟ ଟ୍ରାକ କୋର୍ଟ ଭାବେ ଏହି କୋର୍ଟ ଗୁଡ଼ିକ ମହିଳା ସଂକ୍ରାନ୍ତୀୟ ଅପରାଧର ବିଚାର କରିବେ। ସେଠାରେ ବିଚାରପତି ମହିଳା ଓ ସରକାରୀ ଓକିଲ ମଧ୍ୟ ମହିଳା ରହିବେ। ଫଳରେ ପୀଡିତାଙ୍କୁ ଜେରା ବେଳେ ଅସୁବିଧାର ସମ୍ମୁଖିନ ହେବାକୁ ପଡିବନି ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କରିଛନ୍ତି।