Baby Elephant Dead: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ମୃତ୍ୟୁ । ପୁଣି ଥରେ ଚମ୍ପୁଆ ରେଞ୍ଜରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ହୋଇଛି । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଯୋଡା ବିଟ୍ ଅଞ୍ଚଳରେ ୧୨ ଟିକିଆ ହାତୀପଲ ରହିଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଗତ ରାତିରେ ଏହି ହାତୀ ପଲରେ ଥିବା ଗୋଟିଏ ହାତୀ, ଏକ ଅଣ୍ଡିରା ଶାବକକୁ ଜନ୍ମ ଦେଇଥିଲା । ତେବେ ଜନ୍ମ ନେବା ପରେ ହିଁ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି । ସେପଟେ ସାରା ରାତି ହାତୀପଲ ମୃତ ଶାବକର ମୃତଦେହକୁ ଜଗି ରହିଥିବା ବେଳେ ସକାଳୁ ମାଆ ହାତୀକୁ ଛାଡ଼ି ଅନ୍ୟ ହାତୀମାନେ ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି । ମାଆ ହାତୀ କିନ୍ତୁ ଅନେକ ସମୟ ଧରି ଶାବକକୁ ଜଗି ରହିଥିଲା । ଖବର ପାଇ ଏସିଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ ଓ ଅନ୍ୟ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସିଏଫ୍ କହିଛନ୍ତି ।


ପ୍ରକାଶ ଥାଉ କି,  ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଥିଲା। ହାତୀ ଶାବକଟି ଥଣ୍ଡାରୁ ଅସୁସ୍ଥ ହୋଇପଡ଼ିଥିବା ଅନୁମାନ କରାଯାଉଥିଲା । ସାବକର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଥିଲା ।  


Also Read- Baby Elephant Dead: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ, ମୃତଦେହକୁ ଜଗି ରହିଲା ମାଆ ହାତୀ