Ilish Price Today (ଅଭୟ ମହାନ୍ତି) : ଇଲିସି ଦର (Ilish Price)ଅଧିକାଂଶ ସମୟରେ ଆକାଶ ଛୁଆଁ ରହିଥାଏ ।  ଏବେ ବଜାରରେ ଦର ଟିକେ ଶସ୍ତା ରହିଥିବା କୁହାଯାଉଛି। ବାଲେଶ୍ବରର(Balasore Market) ମାଛ ବଜାରରେ ବଡ ଇଲିସି ଏବେ ୧ ହଜାରରୁ ୧୨ ଶହ (Ilish Fish Price Today) ଥିବା ବେଳେ ଛୋଟ ଇଲିସି ଦର ୫ଶହରୁ ୬ଶହ ରହିଛି। ବିଶେଷ କରି ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଏହି ଇଲିସି ମାଛ ମତ୍ସ୍ୟଜୀବୀ ଙ୍କ ଜାଲରେ ଲାଗୁଛି। କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗର ଦିଘା ର ମତ୍ସ୍ୟଜୀବୀଙ୍କ ଜାଲରେ ଟନଟନ ଇଲିସି ପଡିଥିଲା। ଟ୍ରଲରେ ଇଲିସି ଆସିବା ପରେ ଦିଘା ମାର୍କେଟରେ ୧୦ରୁ ୨୦ଟନ ଇଲିସି ନିଲାମ ହୋଇଥିଲା। ଏହି ମାର୍କେଟ ରେ ଇଲିସି ଦେଖିବା ପାଇଁ ଲୋକଙ୍କ ଗହଳି ମଧ୍ୟ ହୋଇଥିଲା। ଏକ କେଜି ଇଲିସି କୁ ୧ ହଜାର ଓ ଛୋଟ ଇଲିସିକୁ ୫ଶହ ଟଙ୍କା ରେ ବିକ୍ରି କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

Also Read: Horoscope Today 24 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର


Also Read: Weather Update: ଆସୁଛି ଆଉ ଏକ ଲଘୁଚାପ ! ପ୍ରଭାବରେ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା


ତେବେ ବର୍ଷା ପାଗ ଯୋଗୁଁ ଏହି ଇଲିସି ମାଛ ଜାଲରେ ପଡୁଛି ଓ ଦର ମଧ୍ୟ ଖସିଥିବା ମୋତିଗଞ ବଜାରର ବ୍ୟବସାୟ କହିଛନ୍ତି। ଅନ୍ୟପକ୍ଷରେ ଖାଉଟି ମଧ୍ୟ ଅନେକ ଦିନ ପରେ ଇଲିସି ମାଛ କମ ଦରରେ ପାଉଥିବାରୁ ଘରେ ପରିବାର ଇଲିସି ମାଛ ଝାଲ କରି ଖାଇବା ସହିତ କଟକ ଭୁବନେଶ୍ୱର ଦୂରରେ ଥିବା ଭାଇ ବନ୍ଧୁଙ୍କ ଘରକୁ ପାର୍ସର କରି ଇଲିସି ମାଛ ତରକାରୀ ପଠାଇଛନ୍ତି। ତେବେ ଏବେ ବାଲେଶ୍ବର ବଜାରରେ କମ୍ ଦାମରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଖୁସି କହିଲେ ନ ସରେ। 


Also Read:  Pushpa 2 Star Cast fees: ଜାଣିଛନ୍ତି 'ପୁଷ୍ପା ୨' ପାଇଁ କେତେ କୋଟି ନେଉଛନ୍ତି ଅଲ୍ଲୁ ଅର୍ଜୁନ୍?


Also Read: Shani Sade Sati 2023: ଏହି ସବୁ ରାଶି ଉପରେ ରହିଛି ଶନି ସାଢେ ସତୀର ପ୍ରଭାବ, ରୁହନ୍ତୁ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!


Also Read: Katrina Kaif: କ୍ୟାଟ୍ରିନାଙ୍କୁ ଦେବୀ ପରି ପୂଜା କରନ୍ତି ଏହି ଦମ୍ପତି, ଜାଣନ୍ତୁ କାହିଁକି?


 


ଏବେ ହେଉଛି ବର୍ଷା ଦିନ ତେବେ ବିଶେଷ କରି ଇଲିସି ଜୁନ,ଜୁଲାଇ ଓ ଅଗଷ୍ଟ ମାସରେ ଜାଲରେ ପଡିଥାନ୍ତି। ତେବେ ଏହି ଇଲିସି ମାଛ ବିଶେଷ କରି ପଶ୍ଚିମବଙ୍ଗରେ ମିଳେ। ଏହି ଇଲିସି ମାଛ ଧରିବା ପାଇଁ ଏକ ସ୍ପେଶାଲ ଜାଲ ବ୍ୟବହାର କରାଯାଏ, ଯାହାକୁ ଗିଲ ନେଟ କୁହାଯାଏ। ଏହି ଗିଲ ନେଟ ବ୍ୟବହାର କରି ମତ୍ସ୍ୟଜୀବୀମାନେ ଟ୍ରୋଲର ଓ ବୁଟୁବୁଟି ରେ ମାଛଧରି ନିଲାମ ଡକାଯାଇଥାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ମାର୍କେଟ କୁ ଯାଇଥାଏ। ମାର୍କେଟରେ ଖାଉଟି ମାନେ ଏହି ଇଲିସି ମାଛକୁ ଏବେ ଶସ୍ତା ରେ କିଣି ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ପୂର୍ବରୁ ଏହି ଇଲିସି ମାଛ ବାଲେଶ୍ବର ମାର୍କେଟ ରେ ଦେଖିବା ପାଇଁ ମିଳୁନଥିଲା। ବ୍ୟବସାୟୀ ଓ ଖାଉଟି ଏବେ ନିର୍ଭର କରୁଛନ୍ତି ପଶ୍ଚିମବଙ୍ଗ ଇଲିସି ମାଛ ଉପରେ ବୋଲି କହିଛନ୍ତି ବଳରାମଗାଡି ମତ୍ସ୍ୟଜୀବୀ ସଂଘର କାଯ୍ୟକର୍ତ୍ତା।