Weather Update: ମୌମୁମୀକୁ (Monsoon) ବଳ ଯୋଗାଉଛି ଲଘୁଚାପ। ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା (Rain) ଲାଗି ରହିଛି । କାହିଁକିନା ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ମୌମୁମୀ ସକ୍ରିୟ ରହିଥିବାରୁ ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା (heavy rainfall) ହେବ।
Trending Photos
Weather Update:ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌମୁମୀ (Monsoon) । ତୁହାକୁ ତୁହା ବର୍ଷାରେ ହେଉଛି। ମୌମୁମୀକୁ (Monsoon) ବଳ ଯୋଗାଉଛି ଲଘୁଚାପ। ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା (Rain)ଲାଗି ରହିଛି । କାହିଁକିନା ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଗୋଟିଏ ଲଘୁଚାପ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତାକାଲି ଲଘୁଚାପର ବର୍ଷା ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(IMD) । ରାଜ୍ୟରେ ମୌମୁମୀ ସକ୍ରିୟ ରହିଥିବାରୁ ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା (heavy rainfall) ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଏ-ନେଇ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା (heavy rainfall)ଥିବା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି(yellow alert) କରାଯାଇଛି ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୫ ରୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି
— Meteorological Centre, Bhubaneswar (@mcbbsr) July 23, 2023
୨୪ ରେ #ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୨୪ଘଣ୍ଟାରେ #ଲଘୁଚାପ !!#୨୪ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |
— Meteorological Centre, Bhubaneswar (@mcbbsr) July 23, 2023
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ବଲାଙ୍ଗୀର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୫ରୁ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ଯାଏ ତିନି ଦିନ ବର୍ଷା ପରିମାଣ ଅଧିକ ରହିବ । କିଛି ସ୍ଥାନରେ ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି, ଜୁନ ୧ରୁ ଜୁଲାଇ ୨୩ ସୁଦ୍ଧା ରାଜ୍ୟରେ ୪୦୧.୩ ମି.ମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାଵିକ ବର୍ଷା ୪୫୮.୮ମି.ମି ତୁଳନାରେ ୧୩% କମ୍। ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୮୪.୪ ମି.ମି ବର୍ଷା ହୋଇଛି ସେଠାରେ ୪୨% ଅଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୨୨୧.୮ମି.ମି ବର୍ଷା ହୋଇଥିବା ବେଳେ ଜିଲାରେ ୩୬% ନିଅଣ୍ଟିଆ ରେକର୍ଡ ହୋଇଛି। ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୪.୨ ମି.ମି ବର୍ଷା ରେକର୍ଡ କରାଯାଇଛି।
ସେପଟେ ଉପର ମୁଣ୍ତରେ ପ୍ରବଳ ବର୍ଷା ହେବାରୁ ଫୁଲୁଛି ମହାନଦୀ। ଫଳରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ହୀରାକୁଦର ୫ଟି ଗେଟ୍ ଖୋଲାଯାଇଛି । ୫ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାଷନ ହେଉଛି। ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଏବେ ଡ୍ୟାମର ଜଳସ୍ତର ରହିଛି ୬୧୪.୬୯ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୯୩ ହଜାର ୬୧ କ୍ୟୁସେକ୍ ପାଣି । ୧ ଲକ୍ଷ ୧୭ହଜାର ୧୨୬ କ୍ୟୁସେକ୍ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ପାଣି ଛାଡ଼ିଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ଆଲର୍ଟରେ ଅଛନ୍ତି । ଲୋକଙ୍କୁ ସଚେତନ କରାଉଛି ସ୍ଥାନୀୟ ପ୍ରଶାସନ । ଏଥିପାଇଁ ପୂର୍ବରୁ ମଧ୍ୟ ମହାନଦୀ ମଧ୍ୟକୁ କାହାକୁ ନଯିବା ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ ଟି ଜିଲ୍ଲାର ଜ଼ିଲ୍ଲାପାଳ ଓ ଏସ୍ପି ମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।