Kotia Gram Panchayat: ନିରୋଜ ଶତପଥୀ- କୋଟିଆ ଗ୍ରାମପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଯୋଜନା ଦେଖି ଆନ୍ଧ୍ର ଛାନିଆ। ଓଡ଼ିଶାର ଯୋଜନା ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଯଦି କିଛି ପଦକ୍ଷେପ ନିଆ ନ ଯାଏ ତାହେଲେ ଆନ୍ଧ୍ର ପ୍ରଦେଶ ଏକ ବଡ଼ କ୍ଷତିର ସାମ୍ନା କରିବ। ଏହା କହିଛନ୍ତ ଆନ୍ଧ୍ର ପ୍ରଦେଶର ଲୋକ ସତ୍ୟ ପାର୍ଟି ରାଜ୍ୟ ଶାଖା ସଭାପତି ଭୀଷ୍ମ ବାବଜୀ ଏବଂ ଲୋକ ସତ୍ତା ପାର୍ଟି ରାଜ୍ୟ ସଭାପତି ବିଶ୍ୱତୀ ବାବଜୀ ଆନ୍ନା କହିଛନ୍ତି। କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ ଏହି ଦୁଇ ନେତା। ଯଦି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅଧିକାରୀ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଉପରେ ଧ୍ୟାନ ନ ଦିଅନ୍ତି, ତାହେଲେ ଆନ୍ଧ୍ର ପ୍ରଦେଶ ଗୁରୁତର ଭାବରେ କ୍ଷତି ସହିବ।


COMMERCIAL BREAK
SCROLL TO CONTINUE READING

କୋଟିଆ ପଞ୍ଚାୟତରେ (Kotia Gram Panchayat) କେନ୍ଦ୍ର ମନ୍ତ୍ରୀ (Union Minister Odisha) ଏବଂ ଓଡିଶା କର୍ତ୍ତୃପକ୍ଷ (Govt of Odisha) ବର୍ତ୍ତମାନ ପାଇଁ ଭଲ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଓଡିଶା ରାଜ୍ୟର ସମସ୍ତ ରାଜନୈତିକ ଦଳ (Political Party of Odisha) ସମାନ ମଞ୍ଚରେ ଆସୁଛନ୍ତି ଏବଂ ସେମାନଙ୍କର ଏଜେଣ୍ଡା କାର୍ଯ୍ୟକାରୀ କରୁଛନ୍ତି। ଏହାର ଏକ ଅଂଶ ଭାବରେ କୋଟିଆ ପଞ୍ଚାୟତରେ ଓଡିଶା ବିଭାଗର (Indian Post Odisha Section) ଡାକଘର ପିନ୍ କୋଡ୍ (Postal Index Numebr) ୭୬୪୦୩୯ ରହିଥିବା କହିବା ସହିତ କେନ୍ଦ୍ର ସରକାର ସାଲୁରୁ ମଣ୍ଡଳର (Indian Post Salur Mandal) କୋଟିଆ ଅଞ୍ଚଳକୁ ଆବଣ୍ଟନ କରିଥିବା ନେଇ ଅଭିଯୋଗ କରିଛନ୍ତି।


Also Read: Koraput News: କୋରାପୁଟର ଆଉ ଏକ ଗାଁ ଉପରେ ଆନ୍ଧ୍ରର ଆଖି ,ବାଣ୍ଟୁଛି ଲିପଲେଟ୍ ଯୋଗାଉଛି ସରକାରୀ ସୁବିଧା


ଏହା ସୁପ୍ରିମକୋର୍ଟରେ ଏକ ପ୍ରମାଣ ଦଲିଲ ଭାବରେ ବ୍ୟବହୃତ ହେବ ବୋଲି ଦୁଇ ଦଳର ନେତା ଉଦବେଗ ପ୍ରକାଶ କରିଛନ୍ତି। ହେଲେ ଏସବୁ ଘଟିବା ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅଧିକାରୀ ତଥା ନେତା ଆଗକୁ ବଢୁନାହାଁନ୍ତି ସେମାନେ କହିଛନ୍ତି ଯେ ଆଦିବାସୀଙ୍କ ଅଭିଯୋଗକୁ ସରକାର ବୁଝିବାରେ ବିଫଳ ହୋଇଛନ୍ତି। କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକେ କ'ଣ କହିଛନ୍ତି ଏବଂ ସେମାନେ କଣ ଚାହୁଁଛନ୍ତି ଜାଣିବା ପାଇଁ ଏହି ଦୁଇ ଦଳର ନେତା ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ସେମାନଙ୍କ ବ୍ୟତୀତ ନେତା ସୂର୍ଯ୍ୟ, ଚନ୍ଦ୍ର ଶେଖର, ପ୍ରକାଶ ଏବଂ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।


Also Read: Kotia Dispute: ଗୁଗଲ ମ୍ୟାପ, ଉଇକିପିଡ଼ିଆରେ ଆନ୍ଧ୍ର ଅଧୀନରେ କୋରାପୁଟର କୋଟିଆ


କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଥିବାବେଳେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଭିତ୍ତିଭୂମିର ଉନ୍ନତି ଦିଗରେ କୌଣସି କାର୍ଯ୍ୟ କରାଯାଇ ନାହିଁ। ଅନ୍ୟ ପଟେ ସୁପ୍ରିମକୋର୍ଟ ଠାରେ କୋଟିଆ ପଞ୍ଚାୟତ ଓଡ଼ିଶାର ବୋଲି ପ୍ରମାଣ ଦେଖାଇବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛି ତାହାକୁ ଦେଖି ଏବେ ଆନ୍ଧ୍ର ପ୍ରଦେଶ ଛାନିଆ ହୋଇପଡ଼ିଛି। କୋଟିଆ ପଞ୍ଚାୟତ ଗସ୍ତ କରି ଆନ୍ଧ୍ର ପ୍ରଦେଶର ଦୁଇ ଦଳର ନେତା ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ କୋଟିଆ ଆନ୍ଧ୍ର ପ୍ରଦେଶ ହାତରୁ ଖସି ଯିବା ଆଗରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଛନ୍ତି।