Kotia Dispute: ଗୁଗଲ ମ୍ୟାପ, ଉଇକିପିଡ଼ିଆରେ ଆନ୍ଧ୍ର ଅଧୀନରେ କୋରାପୁଟର କୋଟିଆ
Advertisement

Kotia Dispute: ଗୁଗଲ ମ୍ୟାପ, ଉଇକିପିଡ଼ିଆରେ ଆନ୍ଧ୍ର ଅଧୀନରେ କୋରାପୁଟର କୋଟିଆ

Kotia Dispute News In Odia: କୋଟିଆ ମାମଲା ନିଜ ସପକ୍ଷ କୁ ଆଣିବାକୁ ହେଲେ ଏହା ର ସଂଶୋଧନ ଆବଶ୍ୟକ। ଏ ଦିଗରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି କୋରାପୁଟ ଓକିଲ ସଂଘ ର ପୂର୍ବତନ ସଭାପତି ତଥା ଆଇନଜୀବୀ ଅଜିତ ପାତ୍ର କହିଛନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ନା ନାହିଁ?

Kotia Dispute: ଗୁଗଲ ମ୍ୟାପ, ଉଇକିପିଡ଼ିଆରେ ଆନ୍ଧ୍ର ଅଧୀନରେ କୋରାପୁଟର କୋଟିଆ

Kotia Dispute News In Odia: ନିରୋଜ ଶତପଥୀ-  ତ୍ରୁଟିପୂର୍ଣ୍ଣ ମ୍ୟାପ ଏବେ କୋଟିଆ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ଆନ୍ଧ୍ର -ଓଡ଼ିଶା ମଧ୍ୟରେ ୨୧ ଖଣ୍ଡ ଗ୍ରାମ କୁ ନେଇ ବିବାଦ ରହିଥିବାବେଳେ ଗୁଗଲ ମ୍ୟାପ, ଉଇକିପିଡ଼ିଆ, ସମେତ ବିଭିନ୍ନ ଅନ ଲାଇନ୍ ମ୍ୟାପ ରେ କୋଟିଆର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ଅଧୀନ ରେ ରହିଥିବା ଦର୍ଶାଯାଇଥିବା ନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି। ସୁନାବେଡ଼ା ଅଞ୍ଚଳରେ ରହୁଥିବା ସୁନିଲ ବିଶ୍ଵାଳ ଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ନିଜସ୍ଵ ଆପ ଭବନ ରେ ମଧ୍ୟ କୋଟିଆ ପଞ୍ଚାୟତ ର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ରେ ରହିଥିବା ଦର୍ଶାଯାଇଛି। 

ତ୍ରୁଟିପୂର୍ଣ୍ଣ ଏହି ମ୍ୟାପ ର ସଂଶୋଧନ ଆବଶ୍ୟକ। ଯାହାକି ଏହା କେବଳ ରାଜ୍ୟ ସରକାରଙ୍କ (Odisha Government) ଦ୍ୱାରା ସମ୍ଭବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଇସ୍ରୋ ତାର ଆପ ରେ ଯେଉଁ ମ୍ୟାପ ଜାରି କରିଛି। ସେଥିରେ କୋଟିଆ ଆନ୍ଧ୍ର ର ବୋଲି ଦର୍ଶା ଯାଇଥିବା ଯୋଗୁଁ ଆନ୍ଧ୍ର ଟ୍ରେସ ପାସ କରୁଛି। ଅନ୍ୟ ପକ୍ଷରେ କୋଟିଆ ମାମଲା ନିଜ ସପକ୍ଷ କୁ ଆଣିବାକୁ ହେଲେ ଏହା ର ସଂଶୋଧନ ଆବଶ୍ୟକ। ଏ ଦିଗରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି କୋରାପୁଟ ଓକିଲ ସଂଘ ର ପୂର୍ବତନ ସଭାପତି ତଥା ଆଇନଜୀବୀ ଅଜିତ ପାତ୍ର କହିଛନ୍ତି।

କୋଟିଆ (Kotia) ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏବେ ଏହି ମ୍ୟାପ ସଂଶୋଧନ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। କୋଟିଆ ଦ୍ୱନ୍ଦ୍ୱ ଏବେର ନୁହେଁ ବହୁ ପୂରୁଣା । ନିକଟରେ ଏପ୍ରିଲ ପହିଲା ଅର୍ଥାତ୍ ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ କିଛି ଆନ୍ଧ୍ର ଅଧିକାରୀଙ୍କୁ ସେହି ଗ୍ରାମଗୁଡ଼ିକରୁ ହଟିଯିବାକୁ କହିବା ପରେ ପୁନର୍ବାର ବିବାଦ ସୃଷ୍ଟି ହୋଇଥିଲା।

ଏହାର ପ୍ରତିବାଦରେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ (Deputy CM Of Andhra Pradesh) ତଥା ସାଲୁର ବିଧାୟକ ପି ରାଜନ ଦୋରା ସାଲୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ ଯେ ୨୦୦୬ର ସୁପ୍ରିମକୋର୍ଟ ରାୟ (Supreme Court) ଅନୁସାରେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡ଼ିଶା ଭଳି ଆନ୍ଧ୍ରର ସମାନ ଅଧିକାର ରହିଛି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଏହି ବିବାଦୀୟ ଗ୍ରାମପୁଞ୍ଜରେ ଦୁଇରାଜ୍ୟ କିଏ କାହାକୁ ବିରୋଧ କରିପାରିବେ ନାହିଁ। ତେଣୁ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ପୋଲିସ୍‌‌ ସହାୟତାରେ ଆନ୍ଧ୍ର ଅଧିକାରୀଙ୍କୁ ଗ୍ରାମରୁ ତଡ଼ିଦେବା ଘଟଣାକୁ ସେ ସମାଲୋଚନା କରିଥିଲେ। 

ସେପଟେ ଏ ବିବାଦକୁ ନେଇ ଆନ୍ଧ୍ରକୁ ସମନ (Andhra Pradesh) ଜାରି କରିଥିଲେ ସୁପ୍ରିମ କୋର୍ଟ । କେବଳ ଯେ ଆନ୍ଧ୍ର ତାହା ନୁହେଁ କେନ୍ଦ୍ର ସରକାରଙ୍କୁ ବି ଏନେଇ ସମନ ଜାରି କରାଯାଇଥିଲା । 

Also Read: keonjhar News: କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ଭର୍ତ୍ତି,୨ ଅଟକ

Also Read: Naxal Attack: IED ବ୍ଲାଷ୍ଟରେ ଥରିଲା ଦାନ୍ତେୱାଡା, ଫଟୋରେ ଦେଖନ୍ତୁ ନକ୍ସଲଙ୍କ କ୍ରୁରତା