Ashwini Vaishnaw: ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ (Baba Dhabaleswar) ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Ashwini Vaishnaw) । ଶନିବାର ରାତିରେ ସେ ଧବଳେଶ୍ବରରେ ପହଁଞ୍ଚିବା ପରେ ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ରବିବାର ସକାଳ ୮ଟାରେ ରେଳମନ୍ତ୍ରୀଙ୍କ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ମନ୍ଦିରରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏହାପରେ ସେ କଟକ ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି। ପରେ ସେ ଆଠଗଡ଼ ବିଜେପି କୋର କମିଟି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି। ପରେ ସେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।


Also Read-NEET & JEE Free Coaching: ଏଣିକି ମାଗାଣରେ ମିଳିବ ଜେଇଇ ଓ ନିଟ୍ କୋଚିଂ, ଏହି ଦିନ ଠାରୁ ହେବ ଆରମ୍ଭ


ଗସ୍ତର ପ୍ରଥମ ଦିନରେ ଅର୍ଥାତ୍ ରବିବାର ଦଶପଲ୍ଲାକୁ ରେଳ (Daspalla station) ଚଳାଚଳର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାସହ ୪ଟି ଟ୍ରେନ୍ ଯଥା, ଭୁବନେଶ୍ବର- ନୟାଗଡ଼ ଏକ୍ସପ୍ରେସ୍, ଭୁବନେଶ୍ବର-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ପୁରୀ- ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ୍ ଓ ଭଦ୍ରକ- ନୟାଗଡ଼ ଟାଉନ୍ ମେମୁ ସେବାକୁ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି । ଖୁବଶୀଘ୍ର ଖୋର୍ଦ୍ଧାରୋଡ଼- ବଲାଙ୍ଗୀର ରେଳପଥ କାର୍ଯ୍ୟ ସମୂର୍ଣ୍ଣ କରାଯିବ, ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟ ବୋଲି ମନ୍ତ୍ରୀ କହିଥିଲେ ।