NEET & JEE Free Coaching: ଏଣିକି ମାଗାଣରେ ମିଳିବ ଜେଇଇ ଓ ନିଟ୍ କୋଚିଂ, ଏହି ଦିନ ଠାରୁ ହେବ ଆରମ୍ଭ
Advertisement

NEET & JEE Free Coaching: ଏଣିକି ମାଗାଣରେ ମିଳିବ ଜେଇଇ ଓ ନିଟ୍ କୋଚିଂ, ଏହି ଦିନ ଠାରୁ ହେବ ଆରମ୍ଭ

NEET & JEE Coaching: ଆସନ୍ତାକାଲି ଠାରୁ ନିୟମିତ ଭାବେ ମାଗଣା ଜେଇଇ ମେନ୍ ଏବଂ ନିଟ୍ କୋଚିଂ ଦିଆଯିବ (Free Online NEET and JEE Coaching)। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପଢାଯିବାକୁ ଥିବା ପାଠ୍ୟକ୍ରମର ତାଲିକା ପ୍ରକାଶ ହୋଇଛି।  କେଉଁ ତାରିଖରେ କେଉଁ ବିଷୟର କଣ ବିଷୟ ବସ୍ତୁ ପଢାଯିବ ତାର ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ପକ୍ଷରୁ ପ୍ରକାଶ ପାଇଛି।  

NEET & JEE Free Coaching: ଏଣିକି ମାଗାଣରେ ମିଳିବ ଜେଇଇ ଓ ନିଟ୍ କୋଚିଂ,  ଏହି ଦିନ ଠାରୁ ହେବ ଆରମ୍ଭ

NEET & JEE Coaching: ଆସନ୍ତାକାଲି ଠାରୁ ନିୟମିତ ଭାବେ ମାଗଣା ଜେଇଇ ମେନ୍ ଏବଂ ନିଟ୍ କୋଚିଂ ଦିଆଯିବ (Free Online NEET and JEE Coaching)। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପଢାଯିବାକୁ ଥିବା ପାଠ୍ୟକ୍ରମର ତାଲିକା ପ୍ରକାଶ ହୋଇଛି।  କେଉଁ ତାରିଖରେ କେଉଁ ବିଷୟର କଣ ବିଷୟ ବସ୍ତୁ ପଢାଯିବ ତାର ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ପକ୍ଷରୁ ପ୍ରକାଶ ପାଇଛି।  ଜାନୁଆରୀ ମାସରେ  ମୋଟ୍ ୨୦ ଦିନ ପାଠପଢା ହେବ। ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। 

ALSO READ : Flight Service: ଏହି ଦିନ ମାଲକାନଗିରିରୁ ଭୁବନେଶ୍ବରକୁ ଉଡି଼ବ ବିମାନ

ALSO READ :  Vande Metro: ଓଡି଼ଶାରେ ଗଡି଼ବ ' ବନ୍ଦେ ମେଟ୍ରୋ ' , ଏହି ସବୁ ରୁଟରେ ମିଳିବ ସେବା

ସୂଚନା ଯୋଗ୍ୟ ନିଟ୍ ଆଶାୟୀଙ୍କ ପାଇଁ କେମେଷ୍ଟ୍ରି, ଫିଜିକ୍ସ, ବଟାନି, ଜୁଲୋଜିର ବିଭିନ୍ନ ବିଷୟବସ୍ତୁ ପଢାଯିବ। ୩୧ ତାରିଖ ମଧ୍ୟରେ ୪ ଦିନ କୋଚିଂ ବନ୍ଦ ରହିବ। ୧୪,୨୧,୨୮ ତାରିଖ ରବିବାର ପଡ଼ୁଥିବା ବେଳେ  ଜାନୁଆରୀ ୨୬ (January 26) ପାଇଁ କୋଚିଂ ବନ୍ଦ ରହିବ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଶିକ୍ଷାର୍ଥି ଅର୍ଥାତ୍ ୨୦୨୩ ରେ ଯୁକ୍ତ ୨ ନାମଲେଖା (Plus II Students) ଥିବା ଛାତ୍ରଛାତ୍ରୀଙ୍କ ପାଇଁ  ଏହି ବ୍ୟବସ୍ଥା କରାଯାଇଛି। ଏହି କୋଚିଂ ଅନଲାଇନ୍ ରେ ଦିଆଯିବ। 

ଏଥିପାଇଁ ପ୍ରତିଦିନ କଲେଜମାନଙ୍କୁ ଏକ ଗୁଗୁଲ୍ ଲିଙ୍କ୍ ଆସିବ। ଯାହାକୁ କଲେଜ୍ କର୍ତ୍ତୃପକ୍ଷ  ସ୍ମାର୍ଟ କ୍ଲାସ ରୁମରେ ଲାଗିଥିବା କମ୍ପ୍ୟୁଟରରେ ଖୋଲିବେ।  ଏହାପରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ। କ୍ଲାସ ସମୟରେ ଶ୍ରେଣୀ ଗୃହରେ ମେଣ୍ଟର ରହିବ। ପିଲାମାନଙ୍କୁ ଗାଇଡ୍ କରିବେ।  ପ୍ରତିଦିନ ସକାଳ୮ଟାରୁ ୧୦ଟା ଏବଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଅନଲାଇନ୍ କ୍ଲାସ ହେବ।