Odisha Weather Report:  ରାଜ୍ୟରେ ପୁଣି ଏକ ଲଘୁଚାପର(Low Pressure) ସମ୍ଭାବନା। ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ୨୬ ତାରିଖରେ ସୃଷ୍ଟି ହେବ ଓ ୨୭ରେ ଅବପାତର ରୂପ ନେବା ନେଇପାରେ।ଏ ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar)।



COMMERCIAL BREAK
SCROLL TO CONTINUE READING

ଏହି ଘୂର୍ଣ୍ଣିବଳୟ କ୍ରମେ ପଶ୍ଚିମ ଉତ୍ତର- ପଶ୍ଚିମ ଦିଗରେ ଗତି କରିବା ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହା କିପରି ରୂପ ନେବ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।ଏହାର ପ୍ରଭାବରେ ଆସନ୍ତା କରି ରାଜ୍ୟର ୬ଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।୨୪ ତାରିଖରରେ ୮ଟି ଜିଲ୍ଲାରେ ବର୍ଷା ଦେବା ନେଇ ଆଲର୍ଟ ଜାରି କରିଛି ବିଭାଗ।


Also Read: Puri News: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା