Puri News: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା
Advertisement
Article Detail0/zeeodisha/odisha1971876

Puri News: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

କାର୍ତ୍ତିକ ମାସରେ ଶୃଙ୍ଖଳିତ ନୀତି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ହେଲେ ନୀତି ବିଶୃଙ୍ଖଳା ଓ ଦର୍ଶନ ଅବ୍ଯବସ୍ଥା ପ୍ରଶାସନିକ କାର୍ଯ୍ଯକାରିତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।

Puri News: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

Puri News: ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥାରେ ଆସିବକି ସୁଧାର। ଲଗାତାର ଦର୍ଶନ ବିଶୃଙ୍ଖଳାକୁ ନେଇ ଏବେ ଚେତିଲାଣି ପ୍ରଶାସନ। ନୀତି ଶୃଙ୍ଖଳିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ ହୋଇଥିବା ବେଳେ ଦର୍ଶନ ବ୍ଯବସ୍ଥା ସୁଧାର ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି ବିଶାଲ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ବ୍ଯବସ୍ଥାର ସମୀକ୍ଷା କରିଛନ୍ତି। ନବମୀ ଠାରୁ ୭ଦିନ ପର୍ଯ୍ୟନ୍ତ ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍, ଉଭୟ ପାର୍ଶ୍ୱରେ ଉଠାଦୋକାନୀ ବନ୍ଦ, ତିନୋଟି ଅସ୍ଥାୟୀ ଶୌଚାଳୟ ଓ ଡାକବାଜୀ ଯନ୍ତ୍ରରେ ଦର୍ଶନ ବ୍ଯବସ୍ଥା ଉପରେ ସଚେତନତା କରାଯାଉଛି। ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ଯବସ୍ଥା ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁ ଥିବା ବେଳେ ବରିଷ୍ଠ ନାଗରିକ ଓ ହବିଷ୍ଯାଳୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ଯବସ୍ଥା। ସେପଟେ ପଞ୍ଚୁକ ଓ ପୂର୍ଣ୍ଣିମାରେ ନୀତି ସଅଳ ପାଇଁ ଆଜି ସ୍ୱତନ୍ତ୍ର ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ଯ।

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଦିନକୁ ଦିନ ବଢି ଚାଲିଛି ଭକ୍ତଙ୍କ ଭିଡ। ଆଉ ଅବ୍ଯବସ୍ଥା ଘେରରେ ଦର୍ଶନ ବ୍ଯବସ୍ଥା। ଗତକାଲି ଏକଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥିବା ବେଳେ ଭିଡ ନିୟନ୍ତ୍ରଣ ଅଭାବରୁ ଦେଖାଦେଇଥିଲା ଦର୍ଶନ ବିଶୃଙ୍ଖଳା। ଆଉ ଆଜି ମଧ୍ୟ ଭିଡ କମ୍ ଥିଲେ ବି ବ୍ୟାରିକେଡ୍ ଭିତରେ ଘଣ୍ଟାଘଣ୍ଟା ଧରି ଭକ୍ତମାନେ ଅପେକ୍ଷା କରି ଅସୁସ୍ଥ ହୋଇପଡିଥିଲେ। ଭିଡ ଭିତରୁ ଅସୁସ୍ଥ ଭକ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଓ କିଛି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହସପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ଗୋଟିଏ ପଟେ ନୀତିରେ ବିଳମ୍ବ କୁତ୍ରିମ ଭିଡ ସୃଷ୍ଟି କରୁଥିବା ବେଳେ ପ୍ରଶାସନିକ ବ୍ଯବସ୍ଥାକୁ ଦାୟୀ କରିଛନ୍ତି ଭକ୍ତ। ସେପଟେ ବୟସାଧିକ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ପାଇଥାନ୍ତି ବୋଲି ବିଶ୍ୱାସ ନେଇ ଶ୍ରୀମନ୍ଦିର ଦୌଡି ଆସୁଥିବା ବେଳେ କିନ୍ତୁ ଭିଡକୁ ଦେଖି ପତିତପାବନ ଦର୍ଶନରେ ସୀମିତ ରହୁଛନ୍ତି। ତେବେ ପଞ୍ଚୁକ ଓ ପୂର୍ଣ୍ଣିମା ତିଥିରେ ନୀତି ସଅଳ କରି ଶୃଙ୍ଖଳିତ ଦର୍ଶନ ବ୍ଯବସ୍ଥା କରାଇବାକୁ ମୁଖ୍ୟ ପ୍ରଶାସକ ସ୍ୱତନ୍ତ୍ର ବୈଠକରେ ଆଲୋଚନା କରିଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ।

ଦୈନିକ ଭିଡ ବିଶୃଙ୍ଖଳା ଓ ଦର୍ଶନ ଅବ୍ଯବସ୍ଥା ନେଇ କେନ୍ଦ୍ରାଞ୍ଚଳ ଆଇଜି,ପୁରୀ ଏସପି ଆଜି ସମୀକ୍ଷା କରିଛନ୍ତି। ପ୍ରାଥମିକ ପର୍ଯ୍ଯାୟରେ ସିଂହଦ୍ଵାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଚାରି ଥାକିଆ ବ୍ୟାରିକେଡ଼ର ପାନୀୟ ଜଳର ବ୍ଯବସ୍ଥା, ଡାକବାଜୀ ଯନ୍ତ୍ର ଦ୍ୱାରା ଶ୍ରୀମନ୍ଦିର ନୀତିକାନ୍ତିର ସୂଚନା ଓ ଜରୁରୀ ସୂଚନା ଆଜିଠାରୁ ଆରମ୍ଭ କରାଯାଇଛି। ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ବନ୍ଦ କରାଯାଇଛି। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେହିକଲ୍ ଜୋନ୍ କରାଯାଇଛି। ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ଯବସ୍ଥା ପାଇଁ ୪୦ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁ ଥିବା ବେଳେ ବରିଷ୍ଠ ନାଗରିକ ଓ ହବିଷ୍ଯାଳୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ଯବସ୍ଥା। ସେପଟେ ପଞ୍ଚୁକ ଓ ପୂର୍ଣ୍ଣିମାରେ ନୀତି ସଅଳ ପାଇଁ ଆଜି ସ୍ୱତନ୍ତ୍ର ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।

କାର୍ତ୍ତିକ ମାସରେ ଶୃଙ୍ଖଳିତ ନୀତି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ହେଲେ ନୀତି ବିଶୃଙ୍ଖଳା ଓ ଦର୍ଶନ ଅବ୍ଯବସ୍ଥା ପ୍ରଶାସନିକ କାର୍ଯ୍ଯକାରିତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।