ପୁରୀ: ୩୧ ଜାନୁଆରୀ ବୁଧବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ନୀତି ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଶ୍ରୀବିଗ୍ରହଙ୍କର ଗୁପ୍ତନୀତି ହୋଇଥିବାରୁ ବୁଧବାର ଶ୍ରୀମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି । ବନକଲାଗି ନୀତି ପାଇଁ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ କାର୍ଯ୍ୟ ଶେଷ ହେବା ପରେ ୪ ଘଣ୍ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେଣୁ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଜାଣିବା ନିମନ୍ତେ ସୂଚନା ଦିଆଯାଇଛି । 


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ