Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ
Advertisement
Article Detail0/zeeodisha/odisha2086064

Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ

Hemant Soren:  ହେମନ୍ତ ସୋରେନଙ୍କ କେସରେ ଇଡିର ହସ୍ତକ୍ଷେପ ଏବଂ ରେଡ୍ ପରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ରାଜ ଭବନ ଏବଂ ରାଞ୍ଚିର ଇଡି କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ଏହି ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରାଞ୍ଚିରେ ବିଧାୟକ ମାନଙ୍କ ସହ ଏକ ବୈଠକ କରୁଥିବାର ଖବର ଆସିଛି ।

Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ

Hemant Soren: ଜମି ସ୍କାମ ମାମଲାରେ ଛନ୍ଦି ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ପିଛା ଛାଡୁନି ସମସ୍ୟା । ହେମନ୍ତ ସୋରେନଙ୍କ କେସରେ ଇଡିର ହସ୍ତକ୍ଷେପ ଏବଂ ରେଡ୍ ପରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ରାଜ ଭବନ ଏବଂ ରାଞ୍ଚିର ଇଡି କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ଏହି ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରାଞ୍ଚିରେ ବିଧାୟକ ମାନଙ୍କ ସହ ଏକ ବୈଠକ କରୁଥିବାର ଖବର ଆସିଛି ।

ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ନିଜ ବାସ ଭବନରେ ଶାସକ ଦଳର ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ଏକ ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି । ହେମନ୍ତ ସୋରେନ ଦିଲ୍ଲୀରୁ ରାଞ୍ଚିରେ ପହଞ୍ଚି ଏହି ବୈଠକ ଡକାଇଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତକାଲି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲିଙ୍କ ଥିବା ଦିଲ୍ଲୀର ୩ଟି ସ୍ଥାନରେ ରେଡ୍ କରିଥିଲା ଇଡି । ଦୀର୍ଘ ୧୫ ଘଣ୍ଟା ତନାଘନା କରିବା ଇଡି ଫେରିଥିଲା।  ଜାନୁୟାରୀ ୩୧ ରେ ଇଡି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଡି ଯିବା ନେଇ ସୂଚନା ମିଳିଥିବାବେଳେ କାଲି ହେମନ୍ତ ସୋରେନଙ୍କ କେଉଁଠାରେ ଥିଲେ ତାହା ଜଣା ପଡିନଥିଲା । 

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ବିଏମଡବ୍ଲୁ କାର ଜବତ କରିବା ସହିତ ଇଡି ଅଧିକାରୀମାନେ ଦିଲ୍ଲୀ ବାସଭବନରେ ସର୍ଚ୍ଚ ଅପରେସନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କାରବାର ଦିଗ ଉପରେ ଇଡି ଟିମ୍ ପକ୍ଷରୁ ଅନେକ ଅନୁସନ୍ଧାନ କରାଯାଇଛି । ଇଡି ଟିମ୍ ଅଧିକ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭରକୁ ଅଟକ ରଖିଛି । ଇଡି ଭୟ କାରଣରୁ ମୁଖ୍ୟମନ୍ତ୍ରୀ କେଉଁଆଡେ ଲୁଚିଥିବା କଥା ଗତକାଲି ଚର୍ଚ୍ଚା ହୋଇଥିଲା ।

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଛନ୍ଦି ହେବାପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା । ଜାନୁଆରୀ ୩୧ ରେ ସେ ଇଡିକୁ ଜବାବ ଦେବେ ବୋଲି ତାରିଖ ଦେଇଥିଲେ । ଏହାପୂର୍ବରୁ ଇଡି ପକ୍ଷରୁ ଜାନୁଆରୀ ୨୯ କିମ୍ବା ୩୧ରେ ସିଏମ ସ୍ୱେଚ୍ଛାକୃତ ଭାବେ ହାଜର ହେବା ପାଇଁ ଏକ ସମୟସୀମା ଦିଆଯାଇଥିଲା । 

ଅନ୍ୟପଟେ ବରିଷ୍ଠ ଓକିଲ କପିଲ ସିବଲ ରବିବାର ଦିନ ହେମନ୍ତ ସୋରେନଙ୍କୁ ଭେଟିଥିବା ଜଣାପଡିଛି ।  ଇଡି ଚଢାଉ ବିରୋଧରେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ଅଭିଯୋଗ କରିପାରନ୍ତି ।

Also Read- ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ

Also Read- ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?