Parab 2024: କୋରାପୁଟ : ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪'କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଳାକୁ ଉଦଘାଟନ କରିଛନ୍ତି। ଆଦିବାସୀଙ୍କର କଳା, ସଂସ୍କୃତିର ଗାଥା ଗାଉଥିବା ପରବକୁ ସମର୍ଥନ ଜଣାଇଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ । ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ କରିନଥିଲେ, ବରଂ ଆଦିବାସୀ କଳାକୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଉନ୍ମୋଚନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା। ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା।


ସେପଟେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ସର୍ବଦା ପ୍ରସ୍ତୁତ ରହିଛି ବୋଲି କମ୍ପାନୀର ସିଓଓ ସୁନୀଲ ଗୁପ୍ତା କହିଥିଲେ। ସେ କହିଥିଲେ ପରବ ଭଳି ଉତ୍ସବକୁ ସମର୍ଥନ କରିବା କେବଳ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସାମୂହିକ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଆମର ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ଗର୍ବ ବଢ଼ାଇଥାଏ। କୋରାପୁଟ ଜିଲ୍ଲାର ବାସିନ୍ଦା ରାଜୁ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରବ ହେଉଛି ଏକ ବାର୍ଷିକ ପର୍ବ ଯାହାକୁ ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ । ସ୍ଥାନୀୟ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଆମର ସମୃଦ୍ଧ କଳା ଓ ସଂସ୍କୃତିକୁ ବିଶ୍ୱ ସହ ସେୟାର କରିବା ପାଇଁ ସ୍ଥାନୀୟ ସମୁଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଗଭୀର ପ୍ରଶଂସା କରୁଛି ।