Political News : କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭିତରେ ଚାଲିଥିବା ତୁତୁ-ମେମେ ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ଏହି ବ୍ଲକର ୨୨ରୁ ୧୯ ଜଣ ସରପଞ୍ଚ ସାମୁହିକ ଇସ୍ତଫା ଦେବା ପାଇଁ ପ୍ରଥମେ ବ୍ଲକ, ପରେ ଜିଲ୍ଲାପାଳ ଅଫିସ ଘୂରିବୁଲିଥିଲେ ବି ଏଥିରେ ସଫଳ ହୋଇପାରି ନାହାନ୍ତି। ପ୍ରଶାସନ ଏହି ନିର୍ବାଚିତ ଜନପ୍ରତିନିଧିଙ୍କୁ ନପଚାରି ସବୁ କାର୍ଯ୍ୟ କରୁଥିବାରୁ ଲୋକମାନଙ୍କ ପାଖରେ ସେମାନେ ନିନ୍ଦିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ସରପଞ୍ଚ  ଗୋଷ୍ଠୀ।  ସରପଞ୍ଚଙ୍କ  ଏହି ସାମୂହିକ ନିଷ୍ପତ୍ତି ଏବେ ଜିଲ୍ଲା ବିଜେଡି ପାଇଁ ମୁଣ୍ଡବିନ୍ଧାରର କାରଣ ହୋଇଛି।


COMMERCIAL BREAK
SCROLL TO CONTINUE READING

ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ଲାଗି ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି ସେଥିରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ସେମାନଙ୍କ ସମସ୍ତ କ୍ଷମତା ବିଡିଓ ହଡ଼ପ କରି ନେଉଥିବା ସେମାନେ ଅଭିଯୋଗ କରିଛନ୍ତି। କୌଣସି ବିକାଶମୂଳକ କାରତଯ୍ୟରେ ସେମାନଙ୍କୁ ସାମିଲ୍‍ କରାଯାଉ ନାହିଁ କି ତାଙ୍କ ମନ୍ତବ୍ୟ ପଚରା ଯାଉ ନାହିଁ। ଏପରିକି ସରକାରଙ୍କ ନୂ-ଓ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ଲାଗି ନିଆଯାଉଥିବା ପଦକ୍ଷେପରେ  ସ୍ଥାନୀୟ ପ୍ରଶାସନ ତାଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଏହା ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠଟାନ ଗ୍ରହଣ ଲାଗି ସେମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ବିଫଳ ହେବାରୁ ସାମୁହିକ ଭାବେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।


ପ୍ରଥମେ ଏହି ସରପଞ୍ଚମାନେ ଏକ ଇସ୍ତଫା ପତ୍ରରେ ସ୍ୱାକ୍ଷର କରରି ବିଡଇଓଙ୍କୁ ଦେବା ଲାଗି ଯାଇଥିଲେ। କିନ୍ତୁ ବିଡିଓ ସେଠାରେ ଉପସ୍ଥିତ ନଥିବାରୁ ସେମାନେ ଉପ ଜିଲ୍ଲାପାଳଙ୍କୁ ଇସ୍ତଫାପତ୍ର ଦେବାକୁ ଯାଇଥିଲେ। ସେଠାରେ ଉପ ଜିଲ୍ଲାପାଳ ବି ନଥିଲେ। ଅପେକ୍ଷା କରିଥିବା ସମୟରେ ବିଜେଡିର ଜିଲ୍ଲା ନେତୃତ୍ୱ ଏ ବିଷୟରେ ଜାଣି ଦଳ ବିରୁଦ୍ଧରେ ଜନମତ ଯିବ ବୋଲି ଆଶଙ୍କା କରିଥିଲେ। ଏହି କ୍ଷତିରୁ ଦଳକୁ ବଞ୍ଚାଇବା ଲାଗି ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ଓ ସମର୍ଥକ ତାଙ୍କ ନିକଟକୁ ଆସି ତାଙ୍କୁ ବୁଝାଇବାକୁ ଚାହିଁଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ଏହିକ୍ରମରେ ଇସ୍ତଫାପତ୍ର ଦେବା ବିଳମ୍ବ ହୋଇଥିଲା। ଉପ ଜିଲ୍ଲାପାଳଙ୍କୁ ଅପେକ୍ଷା କରି ସେ ନ ଆସିବାରୁ ସରପଞ୍ଚମାନେ ଫେରି ଆସିଥିଲେ। ଆଜି ଏ ସମ୍ପର୍କରେ ପୁଣିଥରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି।


Also Read: Borewell Mishap: ଭୀମସାରରୁ ଡିସର୍ଚାଜ ହେବା ପରେ କେଉଁଠି ରହିବେ ‘ବିଜୟିନୀ’?