Borewell Mishap: ଭୀମସାରରୁ ଡିସର୍ଚାଜ ହେବା ପରେ କେଉଁଠି ରହିବେ ‘ବିଜୟିନୀ’?
Advertisement

Borewell Mishap: ଭୀମସାରରୁ ଡିସର୍ଚାଜ ହେବା ପରେ କେଉଁଠି ରହିବେ ‘ବିଜୟିନୀ’?

Borewell Mishap: ରେଙ୍ଗାଲି ନିକଟ ଲାରିପାଲି ବୋରୱେଲରୁ ଉଦ୍ଧାର ବିଜୟିନୀର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି । DCPOଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିଶୁ କନ୍ୟାର ଯତ୍ନ ନିଆଯିବ l ଭୀମସାରର ଡାକ୍ତରମାନେ ମଧ୍ୟ ଶିଶୁର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ନିୟମିତ ସମ୍ପର୍କରେ ରହିବେ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି l 

ସୌ(ସୋସିଆଲ ମିଡିଆ)

Borewell Mishap: ରେଙ୍ଗାଲି ନିକଟ ଲାରିପାଲି ବୋରୱେଲରୁ ଉଦ୍ଧାର ବିଜୟିନୀ ଏଣିକି ଛଛାନପାଲି ସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନରେ ରହିବ । ଏବେ ତା’ର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି । DCPOଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିଶୁ କନ୍ୟାର ଯତ୍ନ ନିଆଯିବ l ଭୀମସାରର ଡାକ୍ତରମାନେ ମଧ୍ୟ ଶିଶୁର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ନିୟମିତ ସମ୍ପର୍କରେ ରହିବେ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି l ତେବେ ରୁକ୍ମିଣୀ ଲାଠ ବାଳ ନିକେତନର ଦୁଇ ଜଣ କର୍ମଚାରୀ ଭୀମସାରର ଏସଏନସିୟୁରେ ରହି ଶିଶୁ ଯତ୍ନ ନେଇ ତାଲିମ ମଧ୍ଯ ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ବ୍ଲକ ଲାରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ବିଜୟିନୀକୁ ଉଦ୍ଧାର କରାଯାଇଥିଲା l ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫ରୁ ୬ ଘଣ୍ଟା ପରେ ତାକୁ ବୋରଓ୍ବେଲରେ ଫିଙ୍ଗି ଦେଇଥିଲା ଜନ୍ମକଲା ମାଆ । କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଥିବା ବୋଲି ଜାଣିପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା । ପରେ ଶିଶୁ କନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନଠାରୁ ଭୀମସାରରେ ଶିଶୁ କନ୍ୟାର ଚିକିତ୍ସା ଜାରି ରହିଥିଲା । ଘଟଣାର କିଛି ଦିନ ପରେ ପୋଲିସ ଶିଶୁ କନ୍ୟାର ମାଆ ଓ ବାପାଙ୍କୁ ଠାବ କରିଥିଲେ ବିଜୟିନୀକୁ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇନଥିଲା l ଆଇନଗତ ପ୍ରକ୍ରିୟା ଅନୁଯାୟୀ, କୋର୍ଟର ନିଷ୍ପତ୍ତିକ୍ରମେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

Also Read-Swachh Survekshan 2023: ସବୁଠୁ ସଫାସୁତୁରା ସହର ଇନ୍ଦୋର, ରାଜ୍ୟ ତୁଳନାରେ ଆଗରେ ମହାରାଷ୍ଟ୍ର...

ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଭୀମସାରରୁ ଡିସଚାର୍ଜ ହୋଇଛି ମୃତ୍ୟୁଜୟୀ ଶିଶୁ କନ୍ୟା ''ବିଜୟିନୀ'' । ଭୀମସାର ଏସଏନସିୟୁରେ (SNCU) ବିଭାଗରେ ଚିକିତ୍ସିତ ହେବା ସମୟରେ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ (DCPO)ଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ଭୀମସାରର ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଉପସ୍ଥିତିରେ ଏସଏନସିୟୁ(SNCU) ୱାର୍ଡରେ କେକ୍ କଟାଯାଇଥିଲା ।