ପୁରୀ: ସରକାରୀ କାର୍ଯ୍ୟରେ ଦିଲ୍ଲୀ ଗସ୍ତରେ ଆସି ଆଜି ଏ.ଏସ୍. ଆଇ. ମହାନିର୍ଦ୍ଦେଶକ ଡକ୍ଟର ୟଦୁବୀର ସିଂ ରାୱତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଏହି ଅବସରରେ ରତ୍ନ ଭଣ୍ଡାରର ପ୍ରାଥମିକ ନିରୀକ୍ଷଣ ଏବଂ ବୈଷୟିକ ସର୍ବେକ୍ଷଣରେ ସହାୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।


COMMERCIAL BREAK
SCROLL TO CONTINUE READING

ଏଥି ସହ ରତ୍ନ ଭଣ୍ଡାରର ମରାମତି, ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି। ଏହି ଆଲୋଚନା ସମୟରେ ଏଏସଆଇ (ASI)ର ଉପ- ମହାନିର୍ଦ୍ଦେଶକ ଶ୍ରୀ ଜାନୱିଜ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ପାଢୀ ଡିଜିଟାଲ୍ କୃଷି ମିସନ୍ ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।


Also Read- ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ


Also Read- Top 10 News Today: ଆସନ୍ତା ୨୭ ଏବଂ ୨୮ରେ ଜିଲ୍ଲାପାଳ ସମ୍ମିଳନୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର