Puri News: ଆଜି ଅଣସରର ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ସମେତ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ସେବାୟତ ମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ର କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ । 


COMMERCIAL BREAK
SCROLL TO CONTINUE READING

ALSO READ: Ratna Bhandar: ଏହି ଦିନ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା, ଜୁଲାଇ ୫ରେ ବସିବ ତଦାରଖ କମିଟି ବୈଠକ


ସେପଟେ ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା।  ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥକାମ। ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣରେ ଲାଗି ପଡିଛନ୍ତି। ସେହିପରି ତିନି ରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ। ସେହିପରି , ବୁଧବାର ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବେ। ପରେ ତିନି ରଥରେ 'ହାତିଆଳ ମାଳ' ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଂ କରାଯିବ। ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି।