Ratna Bhandar: ଏହି ଦିନ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା, ଜୁଲାଇ ୫ରେ ବସିବ ତଦାରଖ କମିଟି ବୈଠକ
Advertisement
Article Detail0/zeeodisha/odisha2319138

Ratna Bhandar: ଏହି ଦିନ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା, ଜୁଲାଇ ୫ରେ ବସିବ ତଦାରଖ କମିଟି ବୈଠକ

Ratna Bhandar: ରଥଯାତ୍ରା ପରଦିନ ହିଁ ଖୋଲିବ ରତ୍ନ ଭଣ୍ଡାର। ଏ-ନେଇ ତାରିଖ ଧାର୍ଯ୍ୟ ହୋଇଛି।

Ratna Bhandar: ଏହି ଦିନ  ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା, ଜୁଲାଇ ୫ରେ ବସିବ ତଦାରଖ କମିଟି ବୈଠକ

Ratna Bhandar: ରଥଯାତ୍ରା ପରଦିନ ହିଁ ଖୋଲିବ ରତ୍ନ ଭଣ୍ଡାର। ଏ-ନେଇ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୮ ତାରିଖରେ ରତ୍ନ ଭଣ୍ତାର ଖୋଲାଯାଇ ଗଣତି ଓ ମଣତି କର୍ଯ୍ୟ କରାଯିବ।  ଜୁଲାଇ ୮ ରୁ ୨୭ ତାରିଖ ପର୍ଯ୍ୟନ୍ତ ୨୦ ଦିନ ଧରି ଏହି କାର୍ଯ୍ୟ ହେବ। ଏଥିଲାଗି ଆସନ୍ତା ୫ ତାରିଖରେ ରତ୍ନ ଭଣ୍ତାର ତଦାରଖ କମିଟିର ବୈଠକ ବସିବ ବୋଲି ଜଣାପଡିଛି। ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗ ନିର୍ବାଚନ ସମୟରେ ଅନ୍ୟତମ ବଡ଼ ଖବର ହୋଇଥିଲା। ବିଜେଡ଼ି ସରକାର ଜାଣିଶୁଣି ରତ୍ନଭଣ୍ତାର ଖୋଲୁ ନାହିଁ ବୋଲି ବିଜେପି ଅଭିଯୋଗ କରିଥିଲା। ଏପରିକି ରତ୍ନ ଭଣ୍ତାର ଚାବି ବିଜେଡି ସରକାର ତାମିଲନାଡୁ ନେଇ ଯାଇଥିବା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଥିଲେ। ନୂଆ ସରକାର ଆସିବା ପରେ ଖୁବଶିଘ୍ର ରତ୍ନ ଭଣ୍ତାର ଖୋଲାଯିବ ବୋଲି ଘୋଷଣା କରାଯାଇଥିଲା। 

ALSO READ: Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର, ରହିଛି ଧନଲାଭର ଯୋଗ ସହ କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

ରଥଯାତ୍ରା ସମୟରେ ରତ୍ନ ଭଣ୍ତାର ଖୋଲିବା ନେଇ ଏ-ଏସଆଇ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ, ରତ୍ନ ଭଣ୍ତାର ଖୋଲାଯିବା ପ୍ରସଙ୍ଗ ହାଇକୋର୍ଟରେ ରହିଛି। ହାଇକୋର୍ଟ ପୂର୍ବ ସରକାରକୁ ଏ-ନେଇ ସତ୍ୟପାଠ ମାଗିଥିଲେ।  ହାଇକୋର୍ଟରେ ସତ୍ୟପାଠ ରଖି ପୂର୍ବ ସରକାର କହିଥିଲେ ଯେ, ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ତାର ଖୋଲାଯିବାକୁ ପଦକ୍ଷେପ ନିଆଯିବ।  ଏ-ଥିଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଗଠନ କରାଯାଇଥିଲା। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜଷ୍ଟିସ୍ ପଶାୟତଙ୍କ ଅଧ୍ୟକ୍ଷତାରେ ରହିଥିବା କମିଟିର ବୈଠକ ଆସନ୍ତା ୫ ତାରିଖରେ ବସିବ। ଆର୍ଥାତ୍ ୮ ତାରିଖରୁ ରତ୍ନଭଣ୍ତାର ଖୋଲିବାର ପଦକ୍ଷେପ ନିଆଯିବ। ଏହି ସମୟରେ ରତ୍ନ ଭଣ୍ତାରରେ କି କି ଅଳଙ୍କାର ରହିଛି , ତାର ଗଣତି କରାଯିବ।