Sola Puja: ଶ୍ରୀକ୍ଷେତ୍ରରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି । ଏହା ସହିତ ଆଜି ମୂଳାଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରାକୁମ୍ଭାଭିଷେକ ପରେ  ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଆବାହନ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ୨୧ ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ସେପଟେ ଶାରଦୀୟ ପୁଜା ଅବସରରେ ସର୍ବତ୍ର ମା ଦୁର୍ଗାଙ୍କ ପୁଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୁଜାର୍ଚ୍ଚନା କରାଯାଇଛି  ।


COMMERCIAL BREAK
SCROLL TO CONTINUE READING

ALSO READ: Budh Gochar 2024: କନ୍ୟାରେ ବୁଧଙ୍କ ଚଳନ, ଆଜିଠୁ ଏହିସବୁ ରାଶିର ଆରମ୍ଭ ହେଲା ଶୁଭ ସମୟ!


ALSO READ: Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ


ଶ୍ରୀମନ୍ଦିରରେ କ୍ଷେତ୍ରାଧୀଶ୍ୱରୀ ଦେବୀ ବିମଳାଙ୍କର ସହସ୍ରାକୁମ୍ଭାଭିଷେକ ସମ୍ପନ୍ନ ହେବା ସହିତ ଦେବ୍ୟୁତଥାପନ ନୀତି ଶେଷ ହୋଇଛି । ଏଥିପାଇଁ ଶ୍ରୀନଅର ଭିତରେ ଗଜପତି ମହାରାଜଙ୍କ ଅନୁପସ୍ଥିତରେ ରାଜଗୁରୁ ୨୧ ଜଣ ବ୍ରାହ୍ଣଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ଭୌରବ ଶ୍ରୀଜଗନ୍ନାଥଙ୍କ ସହ ଭୌରବୀ ଶକ୍ତି ମା ବିମଳା ହେଉଛନ୍ତି ବଡଠାକୁର ବଳଭଦ୍ରଙ୍କ ପତ୍ନୀ ।


ଏହି ଶାରଦୀୟ ପୁଜା ପାଇଁ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠରେ ଶାରଦୀୟ ପୁଜା କରିବା ପାଇଁ ଶ୍ରୀନଅରକୁ ବ୍ରାହ୍ଣଣମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀନଅରରେ ଗଜପତି ମହାରାଜ ଶ୍ରୋତ୍ରୀୟ ବ୍ରାହ୍ଣଣମାନଙ୍କୁ ଆଚାର୍ଯ୍ୟପଦରେ ବରଣ କରିଥିଲେ ।  ଉତ୍ସବ ଉପଲକ୍ଷେ ରାଜଗୁରୁ ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତମାନଙ୍କୁ ଗଜପତିଙ୍କ ହାତଛୁଆଁ ନଡିଆ ଓ ବସ୍ତ୍ର ପ୍ରଦାନ କରି ପୁଜା ପାଇଁ ବରଣ କରାଯାଇଛି ।  ଶ୍ରୀମନ୍ଦିରରେ ଥିବା ମା ବିମଳାଙ୍କ ପୁଜା ପାଇଁ  ପ୍ରଥମ ବ୍ରାହ୍ଣଣଙ୍କୁ ପରମ୍ପରା ମୁତାବକ ରାଜଗୁରୁ ଓ ରାଜପୁରୋହିତ ମନ୍ତ୍ରପାଠ ଦ୍ବାରା ବରଣ କରିଥିଲେ । ଏହାପରେ ଦକ୍ଷିଣକାଳୀ , ଶ୍ୟାମାକାଳୀ , ରାମଚଣ୍ଡୀ , ହରଚଣ୍ଡୀ, ଆଲାମଚଣ୍ଡୀ ଆଦି ପୀଠମାନଙ୍କର ବ୍ରାହ୍ଣଣମାନଙ୍କୁ   ଆଚାର୍ଯ୍ୟବରଣ କରାଯାଇଥିଲା । ଆଜିଠାରୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ ଆରମ୍ଭ ହୋଇଛି। ସେପଟେ ଷୋଳପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପିଠରେ କଟକଣା କରାଯାଇଥାଏ। ସାଧାରଣତଃ ମହିଳା ମାନଙ୍କୁ ମନ୍ଦିରକୁ ଛଡାଯାଏ ନାହିଁ।