Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2443841

Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

Weather Update: ଆସୁଛି ଆଉ ଏକ ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ ଟି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ। ପ୍ରଭାବରେ ଆଗାମୀ କିଛି ଦିନ ଯାଏଁ ରାଜ୍ୟରେ ଅନେକ ସ୍ଥାନରେ  ପ୍ରବଳ ବର୍ଷା ସହ ବିଜୁଳି ଘଡ଼ ଘଡି ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
Weather Update: ଆସୁଛି ଆଉ ଏକ ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ ଟି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ। ପ୍ରଭାବରେ ଆଗାମୀ କିଛି ଦିନ ଯାଏଁ ରାଜ୍ୟରେ ଅନେକ ସ୍ଥାନରେ  ପ୍ରବଳ ବର୍ଷା ସହ ବିଜୁଳି ଘଡ଼ ଘଡି ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏନେଇ କିଛି ଜିଲ୍ଲାକୁ ଆଜି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡିକ ହେଲା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି , ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ବିଶେଷକରି ଆଜି  ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୬ ତାରିଖ ପରେ ପୁଣି ପାଗରେ ପରିବର୍ତ୍ତନ ଆସିବ। 
 
 
ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବୌଦ୍ଧର ଜିଲ୍ଲାର ବୌଦ୍ଧଗଡ଼ରେ ସର୍ବାଧିକ ୬୪.୦୦ ମିଲିମିଟର ଓ ଖଇରମାଳରେ ୪୧.୦, ରାୟଗଡାର ପଦ୍ମପୁରରେ ୪୭.୦ ମିମ ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୩୩.୧ ମିମି ବର୍ଷା ରେକର୍ଡ଼ ହୋଇଛି।   ସେପଟେ, ଚଳିତ ମୌସୁମୀ ସିଜିନରେ ଜୁନ୍ ୧ ରୁ ଏପର୍ଯ୍ୟନ୍ତ ରାଜ୍ୟରେ  ୨୦୧୪.୪ ମିଲି ମିଟର ବର୍ଷା ରେକର୍ଡ଼ ହୋଇଛି। ଏବେବି ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୧୧୧୪.୬ ମିମି ବର୍ଷା ସ୍ବାଭାବିକ୍ ରହିବା କଥା କିନ୍ତୁ ବର୍ତ୍ତମାନ ସୁଧା ଗୋଟିଏ ଜିଲ୍ଲାରେ ସ୍ବାଭାବିକ୍ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି।

ALSO READ: