ପୁରୀ: ଆଜି ଚତୁର୍ଥ ପର୍ଯ୍ଯାୟରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ନେତୃତ୍ୱରେ ୨୭ଜଣିଆ ଟିମ୍ ନିର୍ଦ୍ଧାରିତ ସମୟରେ ମନ୍ଦିରକୁ ପ୍ରବେଶ କରିଥିଲେ। ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଅର୍ଥାତ ଦିନ ୧ଟା ସମୟରେ  ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା। ତାପରେ ରତ୍ନଭଣ୍ଡାର ଖୋଲି ପ୍ରବେଶ କରିଛନ୍ତି ତଦାରଖ ଟିମ୍। 


COMMERCIAL BREAK
SCROLL TO CONTINUE READING

ରତ୍ନ ଭଣ୍ଡାର ଭିତରେ ସାପ ଭୟକୁ ଏଡାଇବା ପାଇଁ ଏହି ଟିମ୍ ସହିତ ସ୍ନେକ ହେଲ୍ପ ଲାଇନକୁ ସାମିଲ କରାଯାଇଥିଲା । ମାତ୍ର ସ୍ନେକ ହେଲ୍ପଲାଇନ ଟିମ୍ ଆବଶ୍ୟକ ନପଡିଲେ ରତ୍ନଭଣ୍ଡାର ମଧ୍ୟକୁ ଯିବେ ନାହିଁ। ତେବେ ୨୭ଜଣିଆ ଟିମ୍ ରେ ଏଏସଆଇର ୧୭ ଜଣ ସଦସ୍ୟ ରହିଛନ୍ତି। ଭିତର ଓ ବାହାର ରତ୍ନଭଣ୍ଡାରର ସ୍ଥିତିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ଯେହେତୁ ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଥିବା ଆଶଙ୍କା କରାଯାଉଛି। ଏଣୁ ରତ୍ନଭଣ୍ଡାରକୁ ଲେଜର ସ୍କାନିଂ ଓ ଜିପିଆର ଅର୍ଥାତ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ କରାଯାଉଛି। ତେବେ ଟିକନିକ ଅନୁଧ୍ୟାନ ପାଇଁ ଏହି ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରାଯାଇ ସଫଳ ହେବ ବୋଲି ଏଏସଆଇ ଆଶାକରିଛି। ବିଶେଷଜ୍ଞ ମାନେ ଅତ୍ଯାଧୁନିକ ପଦ୍ଧତିରେ ଏହି ଉଚ୍ଚସ୍ତରୀୟ ଯାଞ୍ଚ ଜାରି ରଖିଛନ୍ତି। ଏଏସଆଇ ଟିମ୍ ଭଣ୍ଡାରର ଛାତ ଓ କାନ୍ଥକୁ  ମଧ୍ୟ ଲେଜର ସ୍କାନିଂ କରି ଟିକନିକ ଅନୁଧ୍ୟାନ କରୁଛନ୍ତି। ପ୍ରତି ଇଞ୍ଚକୁ ଫଟୋଗ୍ରାଫି କରି ତାହାର ଡିଜିଟାଲ ଫର୍ମାଟରେ ଯାଞ୍ଚ କରିବେ। 


ଯଦି ରତ୍ନଭଣ୍ଡାରରେ କୌଣସି ଫାଟ କି ଡ୍ଯାମେଜ ଥିବା ଜଣାପଡେ ତୁରନ୍ତ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଅବଗତ କରିବ ଟିମ୍। ରତ୍ନଭଣ୍ଡାର ମରାମତି ସରିବା ପରେ ମହାପ୍ରଭୁଙ୍କ ରତ୍ନାଳଙ୍କାରର ମଣତି ଗଣତି କରାଯିବ ବୋଲି କୁହାଯାଉଛି। ତେବେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ କିଛି ମାସ ତଳେ ଲେଜର ସ୍କାନିଂ କରାଯାଇଥିଲା। ଲେଜର ସ୍କାନିଂ ରିପୋର୍ଟରେ  ବାହାର କାନ୍ଥରେ କିଛି ଫାଟଥିବା ଜଣାପଡିଥିଲା।  ତାପରେ ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ପାଇଁ ଏଏସଆଇ ସରକାରଙ୍କୁ ଚିଠି ଲେଖି ଅବଗତ କରିଥିଲା।


Also Read- Top 10 News Headlines: ଯବାନଙ୍କ ଗୁଳିରେ ଯବାନ ଶହୀଦ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର


Also Read- Mangal Gochar 2024: ମଙ୍ଗଳଙ୍କ ଶୁଭ ପ୍ରଭାବ, ୩ ରାଶି ପାଇଁ ଖୋଲିବ ଧନର ଦ୍ୱାର