Puri Jagannath Temple: ଶ୍ରୀମନ୍ଦିର (Srimandir) କାର୍ଯ୍ୟାଳୟରେ ନୀତି ସବ କମିଟି ବୈଠକ (Sub-Committee Meeting) ଶେଷ ହୋଇଛି । ଏହି ବୈଠକରେ ପହିଲି ଭୋଗ, ଧନୁ ସଂକ୍ରାନ୍ତି (Dhanu Sankranti 2023) ନେଇ ନୀତି ଚୂଡ଼ାନ୍ତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏହି ସବ କମିଟି ବୈଠକରେ (Sub-Committee Meeting) ରାତ୍ର ୨ଟାରେ ଦ୍ବାର ଫିଟିବା ନେଇ ସ୍ଥିର ହୋଇଛି । ୧୬ ତାରିଖ ରାତି ଓ ୩୧ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ପହୁଡ଼ ହେବନାହିଁ । ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ ଓ ଗୁଟଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ଶାଳୀନତାପୂର୍ଣ୍ଣ ପୋଷାକ (Dress Code Rules) ନିୟମ କଡ଼ାକଡ଼ି ଲାଗୁ କରାଯିବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ବାରରେ ରାମ୍ପ୍ ବ୍ୟବସ୍ଥା କରାଯିବ । ଏହାପରେ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଲୋକର୍ପଣ ପାଇଁ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷରେ ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das) ସୂଚନା ଦେଇଛନ୍ତି ।


Also Read-AC Tunnel In Puri: ବଡ଼ଦାଣ୍ଡରେ ଆରମ୍ଭ ହେଲା ଏସି ଟନେଲ କାର୍ଯ୍ୟ, ଜାଣନ୍ତୁ କି କି ସୁବିଧା ପାଇବେ ଭକ୍ତ?