AC Tunnel In Puri: ବଡ଼ଦାଣ୍ଡରେ ଆରମ୍ଭ ହେଲା ଏସି ଟନେଲ କାର୍ଯ୍ୟ, ଜାଣନ୍ତୁ କି କି ସୁବିଧା ପାଇବେ ଭକ୍ତ?
Advertisement
Article Detail0/zeeodisha/odisha2000137

AC Tunnel In Puri: ବଡ଼ଦାଣ୍ଡରେ ଆରମ୍ଭ ହେଲା ଏସି ଟନେଲ କାର୍ଯ୍ୟ, ଜାଣନ୍ତୁ କି କି ସୁବିଧା ପାଇବେ ଭକ୍ତ?

AC Tunnel: ଶ୍ରୀମନ୍ଦିରରେ (Jagannath Temple) ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ତରେ ଆରମ୍ଭ ହେଲା ସ୍ବତନ୍ତ୍ର ଏସି ଟନେଲର (AC Corridor) ନିର୍ମାଣ କାର୍ଯ୍ୟ । ଭକ୍ତମାନେ ଏହି ଏସି ଟନେଲ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଏହା ଦ୍ବାରା ଖରା ଓ ବର୍ଷାରୁ ରକ୍ଷା ପାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । 

ସୌ(ସୋସିଆଲ ମିଡିଆ)

AC Tunnel in Jagannath Temple: ଶ୍ରୀମନ୍ଦିରରେ (Jagannath Temple) ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ତରେ ଆରମ୍ଭ ହେଲା ସ୍ବତନ୍ତ୍ର ଏସି ଟନେଲର (AC Corridor) ନିର୍ମାଣ କାର୍ଯ୍ୟ । ଭକ୍ତମାନେ ଏହି ଏସି ଟନେଲ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଏହା ଦ୍ବାରା ଖରା ଓ ବର୍ଷାରୁ ରକ୍ଷା ପାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମରିଚିକୋଟ ଛକ (Marchikot Chhak) ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ଏସି ସେଡ୍ ବ୍ୟବସ୍ଥା କରାଯିବ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିନକୁ ଦିନ ବଡ଼ଦାଣ୍ତରେ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ତେବେ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଉଦ୍ଦଘାଟନ ହେବାକୁ ଯାଉଛି । ଏହାପରେ ଭକ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆକଳନ କରାଯାଉଛି । ତେଣୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏସି ଟନେଲ (AC Corridor) ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଭକ୍ତମାନେ ଏହି ଶେଡ଼ରେ ସୁବିଧାରେ ଯାଇ ମହାପ୍ରଭଙ୍କୁ ଦର୍ଶନ କରିପାରିବେ । ମରିଚିକୋଟ ଛକ ନିକଟରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ାର ଶୀତତାପ ନିୟନ୍ତ୍ରୀତ ଟେନସାୱ ଫାବ୍ରିକ କାର୍ଯ୍ୟ ଆରମ୍ଭ ହୋଇଛି ।

ବ୍ୟାରିକେଡ଼ର ଉପରେ ଓ ଏହାର ଚତୁଃପାର୍ଶ୍ବରେ ଟେନସାଲ ଫାବ୍ରିକ କଭର ଦିଆଯିବ । ଏଥିରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଯିବ । ବର୍ଷା ସାରା ଏହି ବ୍ୟାରିକେଡ ରହିବ । କେବଳ ରଥାଯାତ୍ରା ସମୟରେ ଏହି ବ୍ୟାରିକେଡକୁ ହଟାଯିବ । ଭକ୍ତ ମାନେ ଏହି ବ୍ୟାରିକେଡ଼ ଦେଇ ଦୋଳଦେବୀ କୋଣ ହୋଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ସୂଚନା ରହିଛି ।

କେଉଁ ସବୁ ସୁବିଧା ପାଇବେ ଭକ୍ତ                                                      

ଏହି ଟନେଲ ମଧ୍ୟରେ ଭକ୍ତଙ୍କ ବସିବା ପାଇଁ ସ୍ଥାନ ସହ ପାନୀୟ ଜଳ ଓ ସୂଚନା ପ୍ରଦାନ ପାଇଁ ମାଇକର ବ୍ୟବସ୍ଥା କରାଯିବ। ଯାହା ଫଳରେ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଚାଲିଥିବା ନୀତିକାନ୍ତି ବିଷୟରେ ଜାଣିପାରିବେ ।

Also Read-IT Raid Update: ଏଯାଏଁ ଜବତ ହେଲାଣି ନଗଦ ୨୫୨ କୋଟି, ହୋଇନାହିଁ ସୁନାଗହଣା ହିସାବ

ଡିସେମ୍ବର ୨୫ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ନେଇ ଲକ୍ଷ୍ୟ ରଖାଯାଇଛି। ଏହି ଏସି ସେଡ୍ ପାଥ୍ ୱେକୁ ସେବାୟତ ଓ ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି। ଏହି ନୂତନ ସେଡ଼ ନିର୍ମାଣ ଦ୍ୱାରା ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଦୋକାନୀ ଯେପରି ବିଶେଷ ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି। ଶ୍ରୀକ୍ଷେତ୍ରର ବିକାଶ ତଥା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ଟନେଲ ଚଲାପଥ ବଡଦାଣ୍ଡର ଡ୍ରେନ ଠାରୁ ପ୍ରାୟ ୫ ମିଟର ପରେ ନିର୍ମାଣ ହେଉଛି । ସେପଟେ ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଓ ସ୍ଥାୟୀ ସେଡ଼ ପାଇଁ ଶ୍ରୀନହର ପାର୍ଶ୍ଵରେ ଥିବା ନରେନ୍ଦ୍ର ମହଲାକୁ ଉଚ୍ଛେଦ କରାଯାଉଛି ।