Vande Bharat Express: ଚଳିତ ମାସ ଶେଷ ସୁଦ୍ଧା ଓଡିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (Second Vande Bharat Express in odisha) । ଏନେଇ ବୁଧବାର ଦିନ ଆରମ୍ଭ ହେବ ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ । ଷ୍ଟିଲ ସିଟି ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ଏଥିଲାଗି ପ୍ରାୟ ୭ ଘଣ୍ଟା ୪୫ ମିନିଟ୍‌ ସମୟ ନେବ ବୋଲି ଜଣାପଡ଼ିଛି । ଟ୍ରାଏଲ ରନ୍‌ (Puri Rourkela trail run) ସମୟରେ ଟ୍ରେନଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଏହି ଏକ୍ସପ୍ରେସଟି ସକାଳ ୫ଟାରେ ପୁରୀ ଷ୍ଟେସନ (Puri Station) ଛାଡ଼ି ଅପରାହ୍ନ ୧୨ଟା ୪୫ ମିନିଟ୍ ରେ ରାଉଲକେଲା ଷ୍ଟେସନରେ (Rourkela Station) ପହଞ୍ଚିବ । ଏହାପରେ ପୂଃର୍ନବାର ୨ଟା ୧୦ ମିନିଟ୍ ରେ ରାଉରକେଲା ଷ୍ଟେସନ ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଁଞ୍ଚିବ । ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)  ପୁରୀ ଷ୍ଟେସନରୁ ବାହାରି ରାଉରକେଲାରେ ପହଞ୍ଚିବା ପାଇଁ ଏହା ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନ ଦେଇ ଗତି କରିବ ।


ପ୍ରକାଶ ଥାଉ କି, ଗତ ୧୨ ତାରିଖ ଦିନ ପୁରୀରୁ ତାଳଚେର ମଧ୍ଯରେ ଟ୍ରାଏଲ ରନ୍ (Talcher puri train running) ହୋଇଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୪୫ ମିନିଟ୍ ରେ ତାଳଚେର ରୋଡ଼ରେ ପହଞ୍ଚିଥିଲା ଏହି ଟ୍ରେନ୍ । ପୁର୍ନବାର ଏହା ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ (Talcher Station)  ଛାଡି ସଂଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା। ଏହି ସମୟରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଅଟକିଥିଲା ଏହି ଟ୍ରେନ୍।


Also Read-Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା


Also Read- Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର