କଟକ: ଚଳିତବର୍ଷ ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା ସହ ଫାୟାର ଗନ୍ ଉପରେ କଟକଣା। ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି। ସେହିଭଳି ପୂଜା ଭସାଣୀ ବେଳେ ଫାୟାର ଗନ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଲେଜର ଲାଇଟ ଓ ଫାୟାର ଗନ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ଚଳିତ ବର୍ଷ ପୂଜାରେ ଏହି କଟକଣାକୁ କଡାକଡି ଲାଗୁ ହେବ। ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ନିଶାମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି। ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ।