Road Accident: ଭୟଙ୍କର ସଡ଼କ ଦୁର୍ଘଟଣା।  ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଝାରସୁଗୁଡ଼ା ଓ ବେଲପାହାଡ଼ ରାସ୍ତାର ତାରିଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଲ୍ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ଅଟୋ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ ,୭ ଆହତ


ALSO READ: Road Accident: ଫ୍ଲାଏଓଭର ବ୍ରିଜ୍ ରୁ ଖସିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଆଖି ବୁଝିଲେ...


ସୂଚନା ଅନୁସାରେ, ଝାରସୁଗୁଡା଼ ଡିଏଭି ପବ୍ଲିକ୍ ସ୍କୁଲର ବସରେ ପ୍ରାୟ ୨୦ରୁ ୨୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ କୌଣସି ଏକ କାର୍ଯ୍ୟ ପାଇଁ ଲଖନପୁର ବନ୍ଧବାହଲ ଆଡକୁ ଯାଉଥିଲା ବେଳେ ଶନି ମନ୍ଦିର ଠାରେ ଏକ ଟ୍ରକ୍ ସହ ବସ୍ ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୦ ଜଣ ଆହତ ହୋଇଛନ୍ତି । ତେବେ, ଏହି ଦୁର୍ଘଟଣାରେ ବସ୍ ଡ୍ରଇଭର ଅଧିକ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହୋଇଛି। ତେବେ, ବସ୍ ରେ ମୋଟ୍ ୨୫ ଜଣ ଯାତ୍ରା କରୁଥିବା ଜଣାପଡିଛି। 


ସେପେଟ, ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଆଉ ଏର ଛାତିଥରା ଦୁର୍ଘଟଣା ବିହାରର ସୀତାମାରି ଜିଲ୍ଲାରେ ଘଟିଛି। ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ୧୧ ଯାତ୍ରୀ ସୀତାମାରି ଷ୍ଟେସନରୁ ଗୋଟିଏ ଅଟୋ ଯୋଗେ  ରାମାନଗର ଗାଁକୁ ଯାଉଥିଲେ। ହେଲେ ଅଟୋଟି ସୀତାମାରିର ମୋହନପୁର ନିକଟରେ ପହଞ୍ଚିଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଅଟୋଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ୭ ଜଣ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି।  ସେପଟେ,ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି। ପୋଲିସ୍ ଘଟଣାର ଛାନଭିନ୍ ଚଳାଇଛି।