Road Accident: ଅଟୋ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ ,୭ ଆହତ
Advertisement
Article Detail0/zeeodisha/odisha2258291

Road Accident: ଅଟୋ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ ,୭ ଆହତ

Road Accident: ଛାତିଥରା ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

Road Accident: ଅଟୋ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ ,୭ ଆହତ

Road Accident: ଛାତିଥରା ଦୁର୍ଘଟଣା। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଅକାଳରେ ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି।  ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। ବିହାରର ସୀତାମାରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। 

ALSO READ: Petrol Diesel Price Today: ଗାଡ଼ିରେ ତେଲ ଭରିବା ପୂର୍ବରୁ ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍?

ALSO READ: Road Accident: ଫ୍ଲାଏଓଭର ବ୍ରିଜ୍ ରୁ ଖସିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଆଖି ବୁଝିଲେ...

ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ୧୧ ଯାତ୍ରୀ ସୀତାମାରି ଷ୍ଟେସନରୁ ଗୋଟିଏ ଅଟୋ ଯୋଗେ  ରାମାନଗର ଗାଁକୁ ଯାଉଥିଲେ। ହେଲେ ଅଟୋଟି ସୀତାମାରିର ମୋହନପୁର ନିକଟରେ ପହଞ୍ଚିଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଅଟୋଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ୭ ଜଣ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି।  ସେପଟେ,ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି। ପୋଲିସ୍ ଘଟଣାର ଛାନଭିନ୍ ଚଳାଇଛି। 

ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା ପଞ୍ଜାବର ପଟିଆଲା- ବାଦୋସନ୍ ରୋଡରେ ।  ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ରାଜୀବ ଗାନ୍ଧି  ନ୍ୟାସନାଲ୍ ୟୁନିଭରସିଟି ଅଫ ଲ' ର ଛାତ୍ର ।  ସୂଚନା ଅନୁସାରେ, ରାଜୀବ ଗାନ୍ଧି ନ୍ୟାସନାଲ୍ ୟୁନିଭରସିଟି ଅଫ ଲ' କଲେଜର ୪ ଜଣ ଛାତ୍ର ଏକ କାର ଯୋଗେ ପଟିଆଲା ନିକଟକୁ ଏକ ଫଙ୍କସନରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ଫେରିବା ବାଟରେ ଏକ କାର୍ ଛାତ୍ରଙ୍କ କାରକୁ ସାମ୍ନାପଟୁ ପିଟି ଦେଇଥିଲା। ଫଳରେ ଘଚଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏବଂ କାର ଭିତରୁ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଛି। ଏବଂ ଘଟଣାର ତଦନ୍ତ ଜାରି ରଖିଛି। ମୃତକ ମାନେ ହେଲେ ରିତ୍ କୌର ବ୍ରିକ୍, ଇସାନ୍ ସୁଦ୍, ରିବୁ ସେଗଲ୍ ଓ କୌଶାଗ୍ରା ୟାଦବ୍।