Road Accident: ସୋମବାର ସକାଳୁ ଭୟଙ୍କର ଦୁର୍ଘଟଣା । ବୋଲେରୋଟି ଗଛରେ ଧକ୍କା ହେବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ରିହରସଲ ସରିବା ପରେ କଳାକାର ମାନେ ଭୋରରୁ ଏକ ବୋଲେରୋ ଯୋଗେ ଗାଁକୁ ଫେରୁଥିଲେ । ଗାଡ଼ିଟି ଓସ୍ତପୁର ହଳଦିଢିଅ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଗାଡ଼ିରେ ୭ ଜଣ କଳାକାର ଥିଲେ । ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତକ ମହିଳା ହୋଇଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଏହା ବି ପଢନ୍ତୁ- PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...


ଅନ୍ୟପଟେ, ଉତ୍ତରପ୍ରଦେଶ ଜନପୁରରେ ଟ୍ରାକ୍ଟରକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଫଳରେ ଟ୍ରାକ୍ଟରରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଜନପୁରର ସମାଦଗଞ୍ଜର ରାୟବରେଲି ରାଜପଥରେ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ସିକରାର ଅଞ୍ଚଳର ବୋଲି ଜଣାପଡିଛି। ୩ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।


ଏହା ବି ପଢନ୍ତୁ-  kuakhai River: କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ