PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...
Advertisement
Article Detail0/zeeodisha/odisha2128485

PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...

PM Modi:  ସୋମବାର ଅପରାହ୍ନ ୧୨ଟାରେ ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...

PM Modi: ଦେଶର ପ୍ରାୟ ସମସ୍ତ ରେଳ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ସୋମବାର ଅପରାହ୍ନ ୧୨ଟାରେ ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ। ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ। ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ। ଏହାସହ ଆଜି ୧୫୦୦ ରୋଡ଼ ଓଭର ବ୍ରିଜ ଓ ଅଣ୍ତରପାସକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ କରିବେ ମୋଦି । ୨୪ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ଏହି ସଡ଼କ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ ପ୍ରକଳ୍ପ ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧,୫୨୦ କୋଟି ଟଙ୍କା ଅଟେ । ଏହି ପ୍ରକଳ୍ପ ଗୁଡ଼ିକ ଭିଡ଼ କମ୍ କରିବା ସହ ନିରାପତ୍ତା ଓ ଯୋଗାଯୋଗ ବୃଦ୍ଧି, ରେଳ ଯାତ୍ରାର କ୍ଷମତା ଓ ଦକ୍ଷତାରେ ମଧ୍ୟ ଉନ୍ନତି ଆଣିବ ।

ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟରେ ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ଟି ରେଳ ଓଭର ବ୍ରିଜ୍‍କୁ ଜନସାଧାରଣଙ୍କୁ ଉତ୍ସର୍ଗ କରିବେ। ଏହି ସମସ୍ତ ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ୍‍ ଯୋଜନା ଅଧୀନରେ ବିକଶିତ କରାଯାଇଛି। ଯେଉଁ ୨୧ଟି ପୁନଃ ବିକଶିତ ରେଳ ଷ୍ଟେସନ୍‍କୁ ମୋଦି ଉଦ୍‍ଘାଟନ କରିବେ ସେଥିରେ, ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ଟିଟିଲାଗଡ଼, କେସିଙ୍ଗା, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ଜୟପୁର, ରଖୁନାଥପୁର, ବେଲବାହାଡ଼, ପାରାଦୀପ ପାନପୋଷ, ବେତନଟୀ, ତାଳଚେର, ପାରଳା ଖେମୁଣ୍ଡି, କେନ୍ଦୁଝରଗଡ଼, ଜରୋଲି, ରାଇରଙ୍ଗପୁର ଓ ବ୍ରଜରାଜ ନଗର ସାମିଲ ରହିଛି । ଏହାସହ ମୋଦି ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ମଧ୍ଯ ଉଦ୍ଦଘାଟନ କରିବେ । ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି ।