Dr Narayani Panda: ନିଜ ଘର ଦାନ କରିଦେଲେ ଡାକ୍ତର ନାରାୟଣୀ ପଣ୍ଡା
Dr Narayani Panda: ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା। ନିଜ ସମ୍ବଲପୁର ସ୍ଥିତ ଭୁତା ପଡା ଠାରେ ରହିଥିବା ତାଙ୍କର ବହୁମୂଲ୍ୟ ଦୁଇ ମହଲା କୋଠାକୁ ସେ ମହିଳା ମହାବିଦ୍ୟାଳୟ ନାଁ ରେ ଉଇଲ କରି ଦାନ କରିଦେଇଛନ୍ତି। ଏବେ ସେଠାରେ ଛାତ୍ରୀମାନେ ମାଗଣାରେ ରହୁଛନ୍ତି।
Dr Narayani Panda: ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା। ନିଜ ସମ୍ବଲପୁର ସ୍ଥିତ ଭୁତା ପଡା ଠାରେ ରହିଥିବା ତାଙ୍କର ବହୁମୂଲ୍ୟ ଦୁଇ ମହଲା କୋଠାକୁ ସେ ମହିଳା ମହାବିଦ୍ୟାଳୟ ନାଁ ରେ ଉଇଲ କରି ଦାନ କରିଦେଇଛନ୍ତି। ଏବେ ସେଠାରେ ଛାତ୍ରୀମାନେ ମାଗଣାରେ ରହୁଛନ୍ତି। ବହୁ ସମୟ ପୂର୍ବରୁ ସେ କିଛି ଛାତ୍ରୀଙ୍କୁ ତାଙ୍କ ଘରେ ରଖିଥିଲେ। କିନ୍ତୁ ଏବେ ସେ ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜର ଆଠ ଡ଼ିସିମିଲ ଜାଗାରେ ଅବସ୍ଥିତ ଦୁଇ ମହଲା କୋଠାକୁ ଦାନ କରିଦେଇଛନ୍ତି ।
ସୂଚନା ଥାଉ କି ପୂର୍ବରୁ ସେ ୩୦ ଲକ୍ଷ ଟଙ୍କା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ। ଯାହା କି ଆଜି ତାଙ୍କର ଚିହ୍ନ ସ୍ୱରୂପ ସେହି ପରିସରରେ ଡାକ୍ତର ନାରାୟଣୀ ପଣ୍ଡା IT ସେଣ୍ଟର ଭାବରେ ଦଣ୍ଡାୟମାନ। ଏବେ ସେ ପୁଣି ଥରେ ନିଜର ଦୁଇ ମହଲା କୋଠା କୁ ମଧ୍ୟ ଦାନ କରିଦେଇଛନ୍ତି। ତାଙ୍କ ବାସଭବନ ପାଖରେ ମହିଳା ମହାବିଦ୍ୟାଳୟ ରହିଛି ଆଉ ତାଙ୍କ ଘର ପଛ ପଟେ ରହିଛି ଛାତ୍ରୀ ନିବାସ। ତାଙ୍କ ଘର ଛାତ୍ରୀ ନିବାସ ହେବ ବୋଲି ସେ କହିଛନ୍ତି। ଗରିବ ମେଧାବୀ ଛାତ୍ରୀ ମାନେ ସମ୍ବଲପୁର ସହରରେ ରହି ପାଠ ପଢିବା ନିମନ୍ତେ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।
ବାହାରେ ରହି ପାଠ ପଢିବା ଓ ହଷ୍ଟେଲ ଖର୍ଚ୍ଚ ବହୁତ ବେଶୀ। ସେଥିପାଇଁ ସେ କିଛି ଛାତ୍ରୀ ଙ୍କ ଦୁଃଖ ଦେଖି ନିଜ ଘର ପ୍ରଥମେ ଦେଇଥିଲେ।ଯାହାକି ସମ୍ପୂର୍ଣ ମାଗଣା।ସେହି ଧାରାକୁ ବଜାୟ ରଖି ଏବେ ସେ ନିଜର ସମ୍ପୂର୍ଣ ଘର ଟିକୁ ଦାନ କରି ଦେଇଛନ୍ତି। ଏବେ ଖାଲି ଉପର ମହଲାରେ ୨୦ ଜଣ ଝିଅ ସମ୍ପୂର୍ଣ ମାଗଣା ରେ ରହୁଛନ୍ତି। ସେ ଯେତେଦିନ ଯାଏଁ ରହିଥିବେ ତଳ ମହଲାରେ ରହିବେ ଓ ତାଙ୍କର ଅନ୍ତେ ଘରକୁ ଛାତ୍ରୀ ନିବାସ କରିବା ପାଇଁ ସେ କହିଛନ୍ତି। ସମସ୍ତେ ତାହାକୁ ଶିକ୍ଷା ହିଁ ଏକ ଉତ୍ତମ ମଣିଷର ମୂଳଦୁଆ ବୋଲି ସେ କହିଛନ୍ତି। ସେଥିପାଇଁ ଶିକ୍ଷା ର ପ୍ରଚାର ପ୍ରସାର ପାଇଁ ସେ ତାଙ୍କର ସର୍ବସ୍ବ ଦାନ କରି ଦେଇଛନ୍ତି। ଶିକ୍ଷା କ୍ଷେତ୍ର ରେ ସମ୍ବଲପୁର ପାଇଁ ତାଙ୍କର ଏ ଦାନ ନିଶ୍ଚୟ ଚିର ସ୍ମରଣୀୟ ହୋଇ ରହିବ।