Teacher strike in Odisha: ଦିନକ ପରେ ମାଟ୍ରିକ୍ ପରୀକ୍ଷା । ସେପଟେ ୨୧ ଦଫା ଦାବି ପୂରଣ ନେଇ  ଦୀର୍ଘ ୧୨ ଦିନ ହେବ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଜାରି ରହିଛି ଶିକ୍ଷକଙ୍କ ରଣହୁଙ୍କାର । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନରେ ସହଯୋଗ କରିବେ ନାହିଁ ବୋଲି ଶିକ୍ଷକ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ପୂର୍ବରୁ ଓଷ୍ଟା ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଥିଲା । ପ୍ରତିଥର ସରକାର ଦାବି ପୂରଣ ନେଇ ପ୍ରତିଶ୍ରୃତି ମଧ୍ଯ ଦେଇଥିଲେ, ମାତ୍ର ବାରମ୍ବାର ପ୍ରତିଶ୍ରୃତି ପରେ ଦାବି ପୂରଣ ହୋଇନଥିବାରୁ ଚଳିତ ଥର ଆନ୍ଦୋଳନକୁ ଜୋରଦାର କରାଯାଇ ସଂଘ ପକ୍ଷରୁ ଆହୋରାତ୍ର ଧାରଣା ଦିଆଯାଇଛି । ଏପରିକି ମଙ୍ଗଳବାର ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବେ ବୋଲି ମଧ୍ଯ ସଂଘ ପକ୍ଷରୁ ଚେତାବାନୀ ଦିଆଯାଇଛି ।


କ’ ଣ ରହିଛି ଦାବି?


  • ୨୩୪ଟି ଅନୁଦାନଯୋଗ୍ୟ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ ।

  • ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା ।

  • ୬୦୮ ପୂର୍ଣ୍ଣଦାନପ୍ରାପ୍ତ ସ୍କୁଲକୁ ସରକାରୀକରଣ ।

  • ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ।

  • ଗ୍ରେଡ଼ ପେ’ରେ ଥିବା ଅସଙ୍ଗତି ଦୂର ।

  • ୨୦୦୪ରୁ ୨୦୧୩ ମଧ୍ଯରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ...


ଇତ୍ୟାଦି ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ଯଦି ଶିକ୍ଷକମାନେ ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ କରନ୍ତି ତେବେ ପରୀକ୍ଷା ପରିଚାଳନାରେ ଓ ଖାତା ଦେଖାରେ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି ।