Dhanuyatra: ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣରେ ବାହାରିଥିଲେ l ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତଙ୍କ ସହିତ। ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର। ମାତ୍ର ମଥୁରା ନଗରୀର ପୋଲିସ ଅବହେଳା କରୁଛି ଅପରାଧୀ ମନକୁ ଧରିବାରେ ଅକ୍ଷମ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ମହାରାଜ କଂସ ହଠାତ ମଥୁରା ନଗରୀର ଥାନା ପରିଦର୍ଶନ କରିବା ପାଇଁ ବରଗଡ଼ ଟାଉନ ଥାନାକୁ ପହଞ୍ଚିଯାଇଥିଲେ।


COMMERCIAL BREAK
SCROLL TO CONTINUE READING

ମହାରାଜ କଂସ ମଥୁରା ନଗରି ଟାଉନ ଥାନାକୁ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେଠାକାର ପୋଲିସ କର୍ମଚାରୀମାନେ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରି ରଖିଥିଲେ। ତେବେ ମହାରାଜ କଂସ ପୋଲିସ ଦ୍ଵାରା ଗିରଫ ହୋଇଥିବା ଦୁଇ ଅପରାଧୀଙ୍କ ଦୋଷ ବିଷୟରେ ପଚାରିବାରୁ ଜଣେ ଅପରାଧୀ ନିଜେ କୋରେକ୍ସ ଓ ନିଶା ଦ୍ରବ୍ୟ ବିକ୍ରି କରୁଥିବାରୁ ପୋଲିସ ଗିରଫ କରିଛି ବୋଲି ସ୍ଵୀକାର କରିଥିଲେ ଏବଂ ଅନ୍ୟ ଜଣେ ଅପରାଧୀ ମଧ୍ୟ ମଦ ବିକ୍ରି କରୁଥିବା ଓ ଗଣ୍ଡଗୋଳ କରିଥିବା ନେଇ ନିଜର ଦୋଷ ସ୍ଵୀକାର କରିଥିଲେ। ତେବେ ଉଭୟ ଦୋଷୀଙ୍କୁ ମହାରାଜ ଦଣ୍ଡିତ କରିବା ସହିତ ମଥୁରା ରାଜ୍ୟରେ ନିଶା ବ୍ୟାପାର ସଂପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। କୋରେକ୍ସ ସହିତ ମଦ ବିକ୍ରି ଆଦୌ ନକରି ଭଲ ମାର୍ଗରେ ଯିବାକୁ ଆଦେଶ ଦେଇଥିଲେ। ଯଦି ଆଦେଶ ନ ମାନୁଚନ୍ତି ତେବେ ସେମାନଙ୍କୁ କାରାଗୃହ ଭିତରେ ଭର୍ତ୍ତି କରାଯାଇ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦେଇଥିଲେ।


ଅନ୍ୟପଟେ ମଥୁରା ନଗରୀର ପୋଲିସ କର୍ମଚାରୀଙ୍କ ଉତ୍ତମ କାର୍ଯ୍ୟ ପାଇଁ ମହାରାଜ କଂସ ଟାଉନ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମଥୁରା ନଗରି ପୋଲିସ କର୍ମଚାରୀଙ୍କ ବିରୋଧରେ ଆସିଥିବା ସଙ୍ଗିନ ଅଭିଯୋଗ ଭିତ୍ତିହୀନ ବୋଲି ମହାରାଜ କଂସ ଘୋଷଣା କରିଥିଲେ ଏବଂ ମଥୁରା ନଗରୀରେ ରହିଥିବା ଚୋର , ଡକାୟତ ତଥା ଅପରାଧୀ ମାନଙ୍କୁ ମଥୁରା ନଗର ପୋଲିସ ଶୀଘ୍ର ବନ୍ଦୀ କରି ଦଣ୍ଡିତ କରିବାକୁ ନିର୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀ ନିଜର କର୍ତ୍ତବ୍ୟରେ ଅବହେଳା କଲେ ତାଙ୍କୁ ମଧ୍ୟ ଦଣ୍ଡିତ କରାଯିବ ଏବଂ ଭଲ କାମ କାଲେ ପଦୋନ୍ନତି କରାଯିବ ବୋଲି ପୋଲିସ କର୍ମଚାରୀ ମାନଙ୍କୁ ମହାରାଜ କଂସ ଘୋଷଣା କରିଥିଲେ।