Khordha News: ଗାଁ ଲୋକଙ୍କ ଅଜବ ନିଶା । ନିଶା ପୁଣି ଜଙ୍ଗଲର ସୁରକ୍ଷାକୁ ନେଇ । ବୃକ୍ଷ ହିଁ ଜୀବନ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପରିବେଶ ରକ୍ଷା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମାର ଗ୍ରାମବାସୀ । କାଠ ମାଫିଆଙ୍କ ଦୌରାତ୍ମ୍ୟକୁ ଖାତିର ନକରି ବିନା ପାରିଶ୍ରମିକରେ ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷ ଧରି ଆରିକମାର ମା’ କୋଶଳାଶୁଣୀ ବନ ସୁରକ୍ଷା ସମିତି ଗ୍ରାମର ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଜାଳେଣୀ କାଠ ଓ ଶୁଖିଲା ପତ୍ରକୁ ଛାଡ଼ି ଦେଲେ ଜଙ୍ଗଲର ଗଛକୁ ଛୁଇଁବାକୁ ବି ଦିଅନ୍ତି ନାହିଁ ଗ୍ରାମବାସୀ । ଯାହାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହେବା ସହ ଉଦାହରଣ ପାଲଟିଛନ୍ତି ଏହି ଗ୍ରାମବାସୀ ।


COMMERCIAL BREAK
SCROLL TO CONTINUE READING

ଗ୍ରାମର ଚାରିପଟକୁ ଅନାଇଲେ ଦେଖବାକୁ ମିଳିବ ଜଙ୍ଗଲ ହିଁ ଜଙ୍ଗଲ । ତେବେ ଏହି ଜଙ୍ଗଲର ଶତକଡ଼ା ୮୦ ଭାଗରେ କେବଳ ଶାଳ ବୃକ୍ଷ ରହିଥିବା ବେଳେ ଏହାକୁ ଛାଡ଼ି ମହୁଲ, ପିଆଶାଳ, ଅସନ, ଶିଶୁ, କୁରୁମ, ବାନ୍ଧଣ ଆଦି ବିଭିନ୍ନ ପ୍ରକାର ବୃକ୍ଷ ମଧ୍ଯ ରହିଛି । ୩ ଶହ ହେକ୍ଟରରୁ ଉର୍ଦ୍ଦ୍ବ ଏହି ଜଙ୍ଗଲକୁ ଦୀର୍ଘ ୫୦ ବର୍ଷ ଧରି ବିନା ପାରିଶ୍ରମିକରେ ଜଗି ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମାର ଗ୍ରାମର ପ୍ରାୟ ୧୫୦ ପରିବାର । କେବଳ ଜାଲେଣୀ ପାଇଁ ଶୁଖିଲା ପତ୍ରକୁ ଛାଡ଼ିଦେଲେ କାଠି ଖଣ୍ଡିଏ ମଧ୍ଯ ଜଙ୍ଗଲରୁ ଅନ୍ୟତ୍ର ଯିବାକୁ ଦେଇନାହାନ୍ତି ଗ୍ରାମାବାସୀ । ସେପଟେ ସହରାଅଞ୍ଚଳରେ ଚାରିଆଡ଼େ ଦେଖିବାକୁ ମିଳେ କଂକ୍ରିଟ୍‌ର ଜଙ୍ଗଲ। ସହରକୁ ସୌନ୍ଦର୍ଯ୍ୟ କରିବା ପାଇଁ ଦିନକୁ ଦିନ ବୃକ୍ଷ କଟା ଯାଉଥିବା ବେଳେ ତାପମାତ୍ରା ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଆରିକମାର ଗ୍ରାମବାସୀମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ପରିବାର ମୁଠି ଚାଉଳ ଏକାଠି କରି ପାଳି କରି ଏହି ଜଙ୍ଗଲ ଜଗିଆସୁଛନ୍ତି । ଗ୍ରାମର ପ୍ରତ୍ୟେକଙ୍କ ଘରୁ ଜଣେ ଲେଖାଁଏ ମାସକୁ ଦୁଇ ଦିନ ଜଙ୍ଗଲ ସୁରକ୍ଷା ପାଇଁ ସମୟ ଦେଇଥାଆନ୍ତି । ପ୍ରତିଦିନ ୭ରୁ ୧୦ ଜଣ ଏହି ଜଙ୍ଗଲରେ ରାତ୍ର ସମୟରେ ପେଟ୍ରୋଲିଂ କରିଥାନ୍ତି । ଜଙ୍ଗଲୀ ଜନ୍ତୁ, ମୂଲ୍ୟବାନ ବୃକ୍ଷ, ସହ କାଠ ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ଗ୍ରାମବାସୀମାନେ ଏହି ଜଙ୍ଗଲକୁ କାହିଁ କେତେ ଦିନରୁ ସୁରକ୍ଷା ଦେଉଆସୁଛନ୍ତି।  


ଏହା ବି ପଢନ୍ତୁ-Road Accident: ଅଧାରେ ରହିଲା ଜଗା ଦର୍ଶନ, କାର ଓଲଟି ଏକାଧିକ ଗୁରୁତର


ଏହା ବି ପଢନ୍ତୁ-Cuttack News: ନେମାଳରେ ଆତଙ୍କ, ରାତି ଅଧରେ ଆସିଲେ ଗୁଳି ଫୁଟାଇ ଲୁଟିଲେ


ଏଭଳି ମହତ କାମ ପାଇଁ କୋଶଳାଶୁଣୀ ଜଙ୍ଗଲ ସୁରକ୍ଷା ସମିତିକୁ ଅନେକ ସମୟରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ମଧ୍ଯ କରାଯାଇଛି । ଯାହାକୁ ନେଇ ଗ୍ରାମବାସୀ ନିଜକୁ ଗର୍ବିତ ମନେ କରନ୍ତି । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଦ୍ବ ବର୍ଷ ଧରି ନିଜ ହାତରେ ସୃଷ୍ଟି କରିଥିବା ଜଙ୍ଗଲର ସୁରକ୍ଷା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ଗ୍ରାମବାସୀ ବେଶ ସଜାଗ ରହିଥାଆନ୍ତି । ତେବେ ଜଙ୍ଗଲୀ ଦ୍ରବ୍ୟର ସଦୁପୋଯୋଗ କରିବା ପାଇଁ ସରକାର ଖଲି ଠୋଲା ତିଆରି ପାଇଁ ତାଲିମ ପ୍ରଦାନ କଲେ ଗ୍ରାମର ବେକାରୀ ଯୁବକଙ୍କୁ କର୍ମ ନିଯୁକ୍ତି ମିଳିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ଜଙ୍ଗଲ ଜାତ ଦ୍ରବ୍ୟକୁ ନଷ୍ଟ ନକରି ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଜିଳ୍ଲା ପ୍ରଶାସନ ପାଖରେ ନିବେଦନ କରାଯାଇଛି ।


ଏହା ବି ପଢନ୍ତୁ- Snana Yatra 2023: ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଏବେଠୁ ଜମିଲାଣୀ ଭିଡ଼, ଭକ୍ତଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ