Road Accident: ଅଧାରେ ରହିଲା ଜଗା ଦର୍ଶନ, କାର ଓଲଟି ଏକାଧିକ ଗୁରୁତର
Advertisement

Road Accident: ଅଧାରେ ରହିଲା ଜଗା ଦର୍ଶନ, କାର ଓଲଟି ଏକାଧିକ ଗୁରୁତର

Road Accident:  ବୌଦ୍ଧ ଜିଲ୍ଲା ରଇଠାଣି ଗାଁ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଦୁଇ ଜଣଙ୍କୁ ନିକଟସ୍ଥ ମେଡ଼ିକାଲେରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ରାୟପୁର ଅଞ୍ଚଳର ୬ ଜଣ ସାଙ୍ଗ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଅଭିମୁଖେ ଏକ କାର ଯୋଗେ ବାହାରିଥିଲେ । 

ସୌ(ସୋସିଆଲ ମିଡିଆ)

Road Accident: ଅଧାରେ ରହିଲା ବଡ଼ ଦେଉଳ (Puri Jagannath temple) ଯାଇ ଜଗା ଦର୍ଶନ । କାଳିଆ ପାଖରେ ପହଁଞ୍ଚିବା ପୂର୍ବରୁ ବାଟରେ ଘଟିଗଲା ଅଘଟଣ । ବୌଦ୍ଧ ଜିଲ୍ଲା ରଇଠାଣି ଗାଁ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଦୁଇ ଜଣଙ୍କୁ ନିକଟସ୍ଥ ମେଡ଼ିକାଲେରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ରାୟପୁର ଅଞ୍ଚଳର ୬ ଜଣ ସାଙ୍ଗ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଅଭିମୁଖେ ଏକ କାର ଯୋଗେ ବାହାରିଥିଲେ । ପୁରୀରେ ପହଁଞ୍ଚିବା ପୂର୍ବରୁ ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ରଇଠାଣୀ ଗାଁ ନିକଟରେ କାରଟି ଭାରସାମ୍ୟ ହାରଇ ରାସ୍ତା ତଳକୁ ଖସିପଡ଼ିଥିଲା । ଏଥିରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୌଦ୍ଧ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ତେବେ ଏନେଇ ଖବର ପାଇବା ରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଦୁଇ ଜଣ ବ୍ୟକ୍ତି କମେଲେଶ ଦେବାଙ୍ଗନ ଓ ସଞ୍ଜୟ ସାହୁ ବୋଲି ଜଣାପଡ଼ିଛି ।

ସୂଚନା ଥାଉ କି, ନିକଟରେ ଯାଜପୁର (Jajpur) ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମଇ ୧୨ ତାରିଖ ବିଳମ୍ବିତ ରାତିରେ ତିନି ଜଣ ସାଙ୍ଗ ଏକ ପଲସର ବାଇକ (Bike) ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ । ହେଲେ ବଡ଼ ଦାଣ୍ତରେ ପହଁଞ୍ଚିବା ପୂର୍ବରୁ ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ପଲସର ବାଇକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜି ଥିଲେ ତିନି ସାଙ୍ଗ । ମୃତକ ମାନେ ହେଲେ ଧର୍ମଶାଳା ଥାମା ମାନତିରା ଗ୍ରାମର  ଅଭିଷେକ ସର, ଜଗତପୁର ଅଞ୍ଚଳର  ଦେବାଷିଶ ନାୟକ ଓ ଧର୍ମଶାଳା ବ୍ଲକ ଚଡ଼େଇଧରାର ଅଞ୍ଚଳ ସାହୁ ବୋଲି ଜଣାପଡିଥିଲା ।

ଏହା ବି ପଢନ୍ତୁ-CHSE Odisha result 2023: ଏହି ଦିନ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା ହେବ ତାରିଖ

ସେପଟେ, ଶନିବାର ଦିନ ସୂଚନା ଅନୁସାରେ, ଉତ୍ତରାଖଣ୍ତ ତେହେରି ଗରଓ୍ବାଲ୍ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ହୋଲଟା ନାଗେଲି ଅଞ୍ଚଳର ନେଲଚମି ପଟି ଗାଁର ଏକ ପରିବାର ନିଜ ସମ୍ପର୍କୀୟ ସୁଧିକ୍ରିୟାରେ ସାମିଲ ହେବା ପାଇଁ ରାଜଗାଁଓକୁ  ଯାଇଥିଲେ। ସେଠାରେ ସୁଧି କ୍ରିୟା ସାରି ନିଜ ଘରକୁ ଫେରିବା ବାଟରେ ହଠାତ୍ କାରଟି ତେହେରି ଗରଓ୍ବାଲ୍ ଅଞ୍ଚଳରେ ବ୍ରେକ୍ ଫେଲ ହୋଇଯାଇଥିଲା ।  ଗାଡି଼ଟି ଭାରସାମ୍ୟ ହରାଇ ଏକ ଖାତ ନିକଟକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେପଟେ ମୃତଦେହ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଛେଦ ଲାଗି ପଠାଇ ଥିଲା ପୋଲିସ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 

ଏହା ବି ପଢନ୍ତୁ- Snana Yatra 2023: ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଏବେଠୁ ଜମିଲାଣୀ ଭିଡ଼, ଭକ୍ତଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ