1.ଆଜି ବିଶ୍ୱ ଯୋଗ ଦିବସ। ଏ ବର୍ଷର ବିଷୟ ରହିଛି ‘ସମାଜ ଓ ନିଜ ପାଇଁ ଯୋଗ’। ଏହି ବାର୍ତ୍ତା ସହ ଯୋଗାଭ୍ୟାସକୁ ପ୍ରଚାର ଓ ପ୍ରସାର କରିବା ଲାଗି ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ଏହି ଭାରତୀୟ  ଅଭ୍ୟାସ ବିଶ୍ୱକୁ ସୁସ୍ଥ ରଖିବା ତଥା ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏହି ଉତ୍ସବକୁ ଉଦ୍‍ଘାଟନ କରିବା ସହ ବିଶ୍ୱବାସୀଙ୍କୁ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରସିଦ୍ଧ ଡାଲ୍‍ ହ୍ରଦ କୂଳରେ ଏଥିନେଇ ଏକ ସମାବେଶ ଆୟୋଜନ କରାଯାଇଥିଲା।  ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟଠାରୁ ଏହି ଉତ୍ସବ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

2.ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଏହି ଦିବସରେ ଯୋଗ ଦେଇ ଯୋଗାଭ୍ୟାସ କରୁଥିବା ଲକ୍ଷ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇଛନ୍ତି। ଜିଲ୍ଲାସ୍ତରରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଉଛି। 


3.ପୁରୀ ଶ୍ରୀମନ୍ଦିରରେ ପୁଣି ଗୋଟିଏ ଦ୍ୱାରରେ ପ୍ରବେଶ ଅନୁମତି। ଆସନ୍ତା କାଲି ସ୍ନାନପୂର୍ଣ୍ଣମୀ ଅବସରରେ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି। କେବଳ ଟିକଟଧାରୀ ଭକ୍ତମାନେ ପହଣ୍ଡି ଦେଖିବା ଲାଗି ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ଭକ୍ତ କିନ୍ତୁ ଯେ କୌଣସି ଦ୍ୱାର ଦେଇ ବାହାରକୁ ଯିବାର ବ୍ୟବସ୍ଥା କରାଯାଇଛି। 


4. ପରୀକ୍ଷା ପରିଚାଳନାରେ ଶୂନ୍ୟ ତ୍ରୁଟି ସୁନିଶ୍ଚିତ କରିବା ଲାଗି ଜାତୀୟ ପରୀକ୍ଷା ଏଜେନ୍ସୀ ( ଏନ୍‍ଟିଏ)ର ପୁର୍ଗଠନ ହେବ। ଏହାର ପରିଚାଳନା, ଭିତ୍ତିଭୂମି, କାର୍ଯ୍ୟ ପ୍ରଣାଳୀ ଓ ପରୀକ୍ଷା ପ୍ରଣାଳୀ କିପରି ହେବ ସେଥିଲାଗି ବୌଦ୍ଧିକ ଏବଂ ବୈଷୟିକ ପରାମର୍ଶ ଗ୍ରହଣ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯି ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନିକଟରେ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁ ଏନ୍‍ଟିଏ ଚର୍ଚ୍ଚାରେ ରହିଛି। 



5.କଟକ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳାଯିବ। ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‍ ଫେବୃୟାରୀ ୯ ତାରିଖରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ଅଢ଼େଇ ବର୍ଷ ପରେ ଏହିପରି ଏକ ଆନ୍ତର୍ଜାତିକ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। 


6.କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ବା ପ୍ରୋଟେମ୍‍ ସ୍ପିକର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂତନ ବାଚସ୍ପତି ନିର୍ବାଚିତ ହେବା ଯାଏ ସେ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟ କରିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜୁ। ଶ୍ରୀ ମହତାବ ହେଉଛନ୍ତି ଲୋକସଭାର ସବୁଠାରୁ ଅଧିକଥର ନିର୍ବାଚିତ ହୋଇଥିବା ସାଂସଦ। ଏବେ ସେ ଅଷ୍ଟମଥର ପାଇଁ ଲୋକସଭାର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ରାଷ୍ଟ୍ରପତି ଆଜି ଶପଥପାଠ କରାଇବେ। ପରେ ସେ ୨୪ ତାରିଖଠାରୁ ସଦସ୍ୟମାନଙ୍କୁ ଶପଥପାଠ କରାଇବେ। ୨୬ ତାରିଖଣେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।



7.ଚଳିତ ଖରିଫ ଋତୁରୁ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କେ୍ଦ୍ର ସରକାର ଧାନର ସର୍ବନିମ୍ନ ଦର ବୃଦ୍ଧି ଘୋଷଣା କରିବା ପରେ ନିର୍ବାଚନ ପ୍ରତିଶୃତି ଅନୁସାରେ ରାଜ୍ୟରେ ବିଜେପି ମଧ୍ୟ ଏହାର ପ୍ରତିଶୃତି ପାଳନ କରିବ ବୋଲି କହିଛନ୍ତି ଶ୍ରୀ ପାତ୍ର।   ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ନିଜ ପ୍ରାପ୍ୟ ପାଇଯିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଏହାସହ ରାଜ୍ୟର ପ୍ରତି ଜିଲ୍ଲାରେ ଚାଉଳ ଏଟିଏମ୍‍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି। 


8.ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲ ରେ ୨ ଜଣ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ କରିଛି ଅରଏମ ଆର୍ ସି ର ୪ ଜଣିଆ ଟିମ୍ । କୋରାପୁଟ ଜିଲ୍ଲା ର ଜଣେ ୧୦ ବର୍ଷ ର ବାଳକ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏମ୍ ଆର ଏଚ ଆର୍ ୟୁ ର ପ୍ରକଳ୍ପ ନୋଡାଲ ଅଫିସର ଡାକ୍ତର ଜେ ସିଂହ ଛତ୍ରି ଙ୍କ ନେତୃତ୍ୱରେ  ୪ଜଣିଆ ଟିମ୍ MKCG ମେଡ଼ିକାଲରେ ପହଞ୍ଚି ଶିଶୁ ବିଭାଗରେ ଚିକିତ୍ସାଧୀନ ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ନମୁନା ସଂଗ୍ରହ କରିଛନ୍ତି । ଏହି ନମୁନା ମାଧ୍ୟମରେ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।


9.ଭାରତୀୟ ମହାକାଶଚାରୀଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ( ଆଇଏସ୍‍ଏସ୍‍) ପଠାଇବା ପାଇଁ ଇସ୍ରୋ ପକ୍ଷରୁ ଆରମ୍ଭ କରାଯାଇଥିବା ମିଶନରେ ନାସା ସହାୟକ ହେବ। ଏେନଇ ନାସାର ସନ୍‍ସନ୍‍ ମହାକାଶ କେନ୍ଦ୍ରରେ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦିଆଯିବ। ପ୍ରଥମଥର ପାଇଁ ଇସ୍ରୋ ମାହାକାଶକୁ ମାନବ ଯାତ୍ରୀ ପଠାଇବା ଲାଗି ପ୍ରସ୍ତୁତ ହେଉଛି। 


10.ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ଦୁଇରୁ ୩ ଦିନ ଭିତରେ ସାରା ରଜ୍ୟରେ ମୌସୁମୀ ବାୟିଜନିତ ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ରାଜ୍ୟର ଉପକୂଅଞ୍ଚଳ ସମେତ ନୟାଗଡ଼, ଗଜପତିଳ କେନ୍ଦୁଝି, ଢେଙ୍କାନାଳ, ବୌଦ୍ଧଳ ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର କଳାହାଣ୍ଡି, କନ୍ଧମାଳ, ଓ ରାୟଗଡ଼ା ଜିଲ୍ଲାରେ କାଳ ବୈଶାଖି ଆଶଙ୍କା ରହିଛି।