Weather Update: ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2314240

Weather Update: ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା ।  ଶୁକ୍ରବାର ସୃଷ୍ଟ ଲଘୁଚାପ ଶନିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ  ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଅପରାହ୍ନରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।  ଆଜି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି ...

Weather Update: ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା ।  ଶୁକ୍ରବାର ସୃଷ୍ଟ ଲଘୁଚାପ ଶନିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ  ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଅପରାହ୍ନରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।  ଆଉ ୨୪ ଘଣ୍ଟା ସମାନ ଭାବେ ବର୍ଷିବ। ସୋମବାର ଠାରୁ ବର୍ଷାର ବିସ୍ତୁତି ଓ ପରିମାଣ କମିବ।  ଜୁଲାଇ ୧ରୁ ୭ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ବଡ଼ ବର୍ଷା ନେଇ କୌଣସି ଓ୍ବାର୍ଣ୍ଣିଂ ଜାରି ହୋଇ ନଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। 

ଏହାବି ପଢନ୍ତୁ :Today Horoscope: ଅଯଥା କଳହ ଠାରୁ ଦୂରେଇ ରୁହନ୍ତୁ ଏହି ସବୁ ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଭାପୁର ଠାରେ ସର୍ବାଧିକ ୧୭୫.୩ ମିମି ବର୍ଷା ରେକର୍ଡ଼ ହୋଇଛି। ସେହିପରି, ଅନୁଗୁଳରେ ୧୦୯ ମିମି ବର୍ଷା ରେକର୍ଡ଼ ହୋଇଛି । ବାଲେଶ୍ବର, କେନ୍ଦୁଝର, ବଲାଙ୍ଗୀର,କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଭଦ୍ରକ , ଖୋର୍ଦ୍ଧା, ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି।  ଆଜି ମଧ୍ୟ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିବ। ଆଜି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହାସହ ଆଉ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ , ବରଗଡ଼ ,ଅନୁଗୁଳ,ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର। ପ୍ରବଳ ବର୍ଷା ଯୋଗୁଁ  ତଳି ଅଞ୍ଚଳରେ ପାଣି ଜମିବା ନେଇ ସତର୍କ କରାଇଛନ୍ତି ଏସଆରସି।