Advertisement
Article Detail0/zeeodisha/odisha2314349
Zee OdishaOdisha StateOdisha News: ପୁରୀ ରେଳ ଷ୍ଟେସନ ପରିଦର୍ଶନ କଲେ ଅଶ୍ୱିନୀ ବୈଷ୍ଣବ, କହିଲେ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ପାଇଁ...

Odisha News: ପୁରୀ ରେଳ ଷ୍ଟେସନ ପରିଦର୍ଶନ କଲେ ଅଶ୍ୱିନୀ ବୈଷ୍ଣବ, କହିଲେ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ପାଇଁ...

Odisha News:  ଆଗକୁ ଆସୁଛି ରଥଯାତ୍ରା । ଏନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର।  ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ରଥଯାତ୍ରା ସମୟରେ ରେଳବାଇ ଦ୍ୱାରା ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ବ୍ୟବସ୍ଥା ଗୁଡିକର ନିରୀକ୍ଷଣ କରିବା ସହିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । 

Odisha News: ପୁରୀ ରେଳ ଷ୍ଟେସନ ପରିଦର୍ଶନ କଲେ ଅଶ୍ୱିନୀ ବୈଷ୍ଣବ, କହିଲେ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ପାଇଁ...

Odisha News:  ଆଗକୁ ଆସୁଛି ରଥଯାତ୍ରା । ଏନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର।  ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ରଥଯାତ୍ରା ସମୟରେ ରେଳବାଇ ଦ୍ୱାରା ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ବ୍ୟବସ୍ଥା ଗୁଡିକର ନିରୀକ୍ଷଣ କରିବା ସହିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରେଳବାଇ ଦ୍ୱାରା ରଥ ଯାତ୍ରା ବ୍ୟବସ୍ଥା ନିରୀକ୍ଷଣ କରି ଶ୍ରୀ ବୈଷ୍ଣବ ଉତ୍ତମ ଯାତ୍ରୀ ସୁବିଧା ଯୋଗାଇଦେବା ସହିତ ଯାତ୍ରୀଙ୍କ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ ।

ALSO READ: July Grah Gochar 2024: ଆସନ୍ତାକାଲିଠୁ ୫ ରାଶିର ଆରମ୍ଭ ହେବ ଶୁଭ ସମୟ, ମିଳିବ ଚାକିରି ମିଳିବ ସାଙ୍ଗକୁ କିଣିବେ ନୂଆ ଗାଡି !

ରେଳବାଇ ଦ୍ୱାରା ରଥ ଯାତ୍ରା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ରେଳ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ବର୍ଷ ସମୁଦାୟ ୩୧୨୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଅଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ପୁରୀ ସହିତ ଟ୍ରେନ ସଂଯୋଗ କରାଯିବ ।

Add Zee News as a Preferred Source

ଓଡ଼ିଶାର ବାଦାମପାହାଡ଼, ବାଙ୍ଗିରିପୋସି, ରାଉରକେଲା, ସମ୍ବଲପୁର, ଜୁନାଗଡ଼ ରୋଡ, ସୋନପୁର, ଗୁଣୁପୁର, ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, ପାରାଦୀପ, କେନ୍ଦୁଝରଗଡ, ଭଦ୍ରକ ଏବଂ ବାଲେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କୁ ପୁରୀ ସହିତ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ଯୋଡ଼ାଯିବାକୁ ଯୋଜନା କରାଯାଇଅଛି। ଯାହାକି ପୁରୀକୁ ପ୍ରାୟ ସମସ୍ତ ଜିଲ୍ଲା ସହିତ ଯୋଡିବା ପାଇଁ ପଦକ୍ଷେପ ନିଆଯାଇଛି । ରଥଯାତ୍ରା ମହୋତ୍ସବ ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସୂଚନାଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ / ଅନୁସନ୍ଧାନ କେନ୍ଦ୍ର, ଭିଡିଓ ୱାଲ୍ ପ୍ରଦର୍ଶନ, ମୋବାଇଲ୍ ଆପ୍ ଦ୍ୱାରା ଅଣସଂରକ୍ଷିତ ଟିକେଟ ପ୍ରଣାଳୀ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ ରହଜାରରୁ ଅଧିକ ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ ସୁବିଧା ସହିତ ଆମ୍ବୁଲାନ୍ସ, ସେବା ଏବଂ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ପ୍ରଦାନ କରାଯିବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଏଆଇ (AI) ଆଧାରିତ ଡାଇନାମିକ ସିଡୁଲିଙ୍ଗ ମାଧ୍ୟମରେ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ଯୋଜନା କରାଯାଇଅଛି ଯାହାଦ୍ୱାରା ଅଧିକ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ସହାୟକ ହେବ । ଯେତେବେଳେ ଚାହିଦା ବୃଦ୍ଧି ପାଇବ ସେତେବେଳେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

About the Author